Latest Odisha News

୨ ମାସର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କଲା ପିଶାଚୀ ମା’

କେନ୍ଦ୍ରାପଡା : ଜନ୍ମ କଲା ଶିଶୁକୁ ମାରିଲା ମା’ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ କାନପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ୨ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରି କୁଅରେ ଫିଙ୍କିଦେଲା ଡାହ।ଣୀ ମା’ । ସୂଚନା ମିଳିଛି କୁଆଡେ ପରକୀୟା ପ୍ରତିଯୋଗୁଁ ଏଭଳି ହତ୍ୟା କାଣ୍ଡ ଘଟିଛି ।

ମାର୍ଶାଘାଇ ଥାନା କାନପୁର ଗାଁର ରଞ୍ଜନ ପରିଡାଙ୍କ ପତ୍ନୀ ଲକ୍ଷ୍ମୀ ପରିଡା ନିଜ ଜନ୍ମିତ ପୁଅକୁ ରବିବାର ବିଳମ୍ବିତ ରାତିରେ ମାରି କୁଅରେ ପକାଇଦେଇଛନ୍ତି । ବହୁ ଖୋଜା ଖୋଜି କରିବା ପରେ ପରିବାର ଲୋକଙ୍କ ସାମ୍ନାରେ ହତ୍ୟାକାରୀ ମା ନିଜେ ମାରିଛନ୍ତି ବୋଲି କହିଥିଲେ ।

ମାର୍ଶାଘାଇ ପୋଲିସ ଓ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି କୂଅ ଭିତରୁ ମୃତ ଶିଶୁପୁତ୍ରର ଶବକୁ ଉଦ୍ଧାର କରିଛନ୍ତି । ମହିଳା ଜଣଙ୍କର ତାଙ୍କ ଭିଣୋଇଙ୍କ ସହ ସମ୍ପର୍କ ଥିବା କାରଣରୁ ସେ ଶିଶୁ ପୁତ୍ରଟିକୁ ମାରିଦେଇଛନ୍ତି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

Comments are closed.