Latest Odisha News

ଭାଇରାଲ୍ ହେଉଛି ଡିଭୋର୍ସ ମେହେନ୍ଦି, ଭିନ୍ନଭିନ୍ନ ଡିଜାଇନରେ ବଖାଣିଲେ ବିବାହ ପରର ନିର୍ଯ୍ୟାତନା

ନୂଆଦିଲ୍ଲୀ: ବାହାଘରରେ ସମସ୍ତେ ମେହେନ୍ଦୀ ଲଗାଇବାକୁ ପସନ୍ଦ କରନ୍ତି। ଇଣ୍ଟରନେଟରେ ‘ବ୍ରାଇଡାଲ୍ ମେହେନ୍ଦି ଡିଜାଇନ୍’ ଲେଖିଲେ ଶହ ଶହ ଡିଜାଇନ୍ ଆସିଯାଏ। ତେବେ ଆଜିକାଲି ସୋସିଆଲ ମିଡିଆରେ ‘ଛାଡପତ୍ର ମେହେନ୍ଦୀ’ର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଲାଣି।

ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଛାଡପତ୍ର ପରେ ଜଣେ ଯୁବତୀ ମେହେନ୍ଦିର ଡିଜାଇନ୍ ମାଧ୍ୟମରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଦର୍ଶାଇଛନ୍ତି। ଏଥିରେ ମହିଳାଙ୍କ ସଂଘର୍ଷ ଏବଂ ବିବାହ ଜନିତ ଦୁଃଖ ଓ କଷ୍ଟକୁ ଦର୍ଶାଯାଇଛି।

ଏହି ଭିଡିଓ ଇନଷ୍ଟାଗ୍ରାମରେ ଏକ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ଇନଷ୍ଟାଗ୍ରାମରେ ଜଣେ ୟୁଜର୍ସ ଏହି ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଜଣେ ମହିଳା ତାଙ୍କ ହାତର ମେହେନ୍ଦି ଡିଜାଇନ୍ ମାଧ୍ୟମରେ ନିଜର ଦୁଃଖଦ ବିବାହ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଛାଡପତ୍ର ମେହେନ୍ଦୀ ଅତ୍ୟନ୍ତ ଭାବପ୍ରବଣ ହେବାସହ ଦୁଃଖଦ ମଧ୍ଯ ଅଟେ।

ମେହେନ୍ଦୀ ମାଧ୍ୟମରେ ବିବାହ ଠାରୁ ଛାଡପତ୍ର ପର୍ଯ୍ୟନ୍ତ ନିଜର ଯନ୍ତ୍ରଣାଦାୟକ କାହାଣୀ ଶେୟାର କରୁଥିବାରୁ ୟୁଜର୍ସମାନେ ମହିଳାଙ୍କୁ ପ୍ରଶଂସା କରିବା ସହ ତାଙ୍କ ମନୋବଳକୁ ମଧ୍ଯ ବଢାଇଛନ୍ତି।

 

Comments are closed.