Latest Odisha News

BREAKING NEWS

ପୋଲିସ ଗୁଳିରେ ଟଳିଲେ ମହିଳା ମାଓନେତ୍ରୀ

ମାଲକାନଗିରି: ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର । ପୋଲିସ ଗୁଳିଲେ ଜଣେ ମହିଳା ମାଓନେତ୍ରୀ ନିହତ । ତେବେ ତାଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନାହିଁ । ତାଙ୍କ ପାଖରୁ ଜବତ ହୋଇଛି AK-47 । ଦାନ୍ତେୱାଡା ଜିଲ୍ଲାର କୁମାକଲେଙ୍ଗ ଜଙ୍ଗଲରେ ମାଓ କାମ୍ପ ଚାଲିଥିବା ଗୁଇନ୍ଦା ସୂଚନା ମିଳିଥିଲା ।

ଏହାପରେ ଜଗଦଲପୁର ଓ ଦାନ୍ତେୱାଡା ପୋଲିସ ଡିଆରଜି ଯବାନଙ୍କୁ ଘଟଣାସ୍ଥଳକୁ ପଠା ଯାଇଥିଲା । ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଇଥିଲା ସୁରକ୍ଷାବାହିନୀ । ଉଭୟ ପକ୍ଷ ମଧ୍ୟରେ ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ଗୁଳି ବିନିମୟ ହୋଇଥିଲା।

ଯବାନଙ୍କ ଗୁଳିରେ ଜଣେ ମହିଳା ମାଓନେତ୍ରୀର ମୃତ୍ୟୁ ହୋଇଛି । ସୁରକ୍ଷାବାହିନୀକୁ ସାମନା କରି ନପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

Leave A Reply

Your email address will not be published.