Latest Odisha News

BREAKING NEWS

ସ୍ୱିଗିରେ ଖାଦ୍ୟ ବଦଳରେ ଏପରି କିଛି ଅର୍ଡର କରି ମଧ୍ୟରାତ୍ରିରେ ପାଇଲେ ସେବା, ଧନ୍ୟବାଦ ଦେଲେ ମହିଳା

ବେଙ୍ଗାଲୁରୁ: ସମୟ ଅଭାବ କିମ୍ବା ରୋଷେଇ ଜାଣିନଥିଲେ ଲୋକେ ସ୍ୱିଗିରେ ଖାଇବା ଅର୍ଡର କରିଥାନ୍ତି। ଏବେ କିନ୍ତୁ ଆଉ ପାଦେ ଆଗକୁ ଯିବାକୁ ଚେଷ୍ଟା କରିଛନ୍ତି ଜଣେ ମହିଳା। ବେଙ୍ଗୁଲୁରୁର ଏହି ମହିଳା ଜଣଙ୍କ ସ୍ୱିଗିରେ ଏପରି କିଛି ଖାଦ୍ୟ ଅର୍ଡର କରିଛନ୍ତି ଯାହା ସମସ୍ତଙ୍କୁ ତାଜୁବ କରିଛି। ଆଉ ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ବେଙ୍ଗାଲୁରୁର ଜଣେ ମହିଳା ସ୍ୱିଗି ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ପରିବର୍ତ୍ତେ ଶାଢ଼ୀ ଅର୍ଡର କରିଛନ୍ତି। ଏହା ଘଟଣା ଉଭୟ ଡେଲିଭରି ବୟ ଏବଂ ସୋସିଆଲ ମିଡିଆ ୟୁଜରଙ୍କୁ ଆଶ୍ଚର୍ଯ୍ୟ କରିଛି। ନୀରଜା ଶାହା ନାମକ ଏହି ମହିଳା ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟ୍ୱିଟର)ରେ ନିଜର ଅନୁଭୂତି ସେୟାର କରିଛନ୍ତି ଯେଉଁଠାରେ ତାଙ୍କ ପୋଷ୍ଟ ଖୁବ୍ ଶୀଘ୍ର ଭାଇରାଲ ହେବାରେ ଲାଗିଛି।

ନୀରଜାଙ୍କ ପୋଷ୍ଟରେ ଲେଖାଯାଇଛି, ‘ମୁଁ @SwiggyInstamart ଶେଷ ମୁହୂର୍ତ୍ତରେ ଓନମ ପାଇଁ ଶାଢ଼ି ମଗାଇଥିଲି। ସେ କହିଛନ୍ତି ଯେ ଯେତେବେଳେ ମଧ୍ୟରାତ୍ରିରେ ଡେଲିଭରି ପହଞ୍ଚିଲା, ସ୍ୱିଗିର ଡେଲିଭରି ବୟ ଏହି ଅଜବ ଅର୍ଡରରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳା ଜଣକ ମଜାକରେ କହିଥିଲେ ଯେ ଡେଲିଭରି କରୁଥିବା ବ୍ୟକ୍ତି ବୋଧହୁଏ କେବେ ଭାବି ନଥିବେ ଯେ ମଧ୍ୟରାତ୍ରିରେ କେହି ଶାଢୀ ଅର୍ଡର କରିବେ। ଏଠାରେ କହିରଖୁଛୁ ସ୍ୱିଗିର ଅନ୍ୟ ଏକ ପ୍ଲାଟଫର୍ମ ଅଛି ସ୍ୱିଗିଇନଷ୍ଟାମାର୍ଟ, ଏଥିରେ ଶାଢୀ ଅର୍ଡର କରିଥିଲେ ମହିଳା।

ଏହି ପୋଷ୍ଟକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଅନେକ ୟୁଜର୍ସ ଏହି ପରିସ୍ଥିତିକୁ ନେଇ ମଜାକ ଉଡାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, “ବିମାନ ଧରିବା ପୂର୍ବରୁ ମୁଁ ଥରେ ପ୍ରେସର କୁକର ଅର୍ଡର କରିଥିଲି, ଯାହା ମୋତେ ନ୍ୟୁୟର୍କର ଜଣେ ବନ୍ଧୁଙ୍କୁ ଦେବାକୁ ପଡ଼ିଥିଲା।

ମଜାଳିଆ ପ୍ରତିକ୍ରିୟା ମଧ୍ୟରେ ନୀରଜା ମଧ୍ୟ ଓନମ ପାଇଁ ପ୍ରସ୍ତୁତି ସମୟରେ ତାଙ୍କୁ ସାହାଯ୍ୟ କରିଥିବାରୁ ସ୍ୱିଗିଙ୍କୁ କୃତଜ୍ଞତା ଜଣାଇଛନ୍ତି। “ସ୍ୱିଗି ମୋତେ ଠିକ୍ ସମୟରେ ଓନମ ପାଇଁ ବଞ୍ଚାଇଥିଲା। ଏହା ବଦଳରେ ମୁଁ ସେମାନଙ୍କୁ ମିଠା ଖାଇବାକୁ ଦେବି। ”

ଦକ୍ଷିଣ ଭାରତ, ବିଶେଷ କରି କେରଳରେ ଓନମ ପର୍ବ କୁ ବହୁତ ଉତ୍ସାହର ସହ ପାଳନ କରାଯାଏ । ତେବେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ଦକ୍ଷିଣ ରାଜ୍ୟରେ ମଧ୍ୟ ଏହା ବହୁଳ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ସେପ୍ଟେମ୍ବର ୬ରୁ ୧୫ ତାରିଖ ମଧ୍ୟରେ ଓନମ ପର୍ବ ପାଳିତ ହୋଇଥିଲା ଏବଂ ନୀରଜାଙ୍କ ଶାଢ଼ି ତାଙ୍କ ଓନମ ଉତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ବୋଲି ଜଣାପଡିଛି ।

ଏହି ପୋଷ୍ଟ ଅନେକଙ୍କୁ ହସାଇଥିବା ବେଳେ ଏଥିରେ ସ୍ୱିଗିର ବହୁମୁଖୀ ସେବା ଉପରେ ମଧ୍ୟ ଆଲୋଚନା ହୋଇଛି। ଏବଂ ଅନେକ କମ୍ପାନୀର ବ୍ୟାପକ ସେବାକୁ ପ୍ରଶଂସା କରିଥିଲେ ଯାହା କେବଳ ଖାଦ୍ୟରେ ସୀମିତ ନୁହେଁ ।

Leave A Reply

Your email address will not be published.