Latest Odisha News

ଶାଢୀ ପିନ୍ଧି ବରଫରେ ଷ୍ଟଣ୍ଟ କଲେ ମହିଳା, ଲୋକେ ଆଶ୍ଚର୍ଯ୍ୟ

ମହାରାଷ୍ଟ୍ର: ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଜଣେ ଲୋକ ଖୁବ୍ କମ୍ ସମୟରେ ପରିଚିତ ହୋଇପାରିବ । ଏବେ ଜଣେ ମହିଳାଙ୍କ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ ପାରମ୍ପରିକ ଶାଢୀ ପିନ୍ଧି ବରଫରେ ଷ୍ଟଣ୍ଟ କରୁଛନ୍ତି । ଏପରି କରି ମହିଳା ଜଣଙ୍କ ଏବେ ଖୁବ୍ ଚର୍ଚ୍ଚାରେ ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଦିବ୍ୟାମୟା ନାମକ ଜଣେ ମହିଳା ମହାରାଷ୍ଟ୍ରର ପାରମ୍ପରିକ ଶାଢୀ ପିନ୍ଧି ବରଫରେ ସ୍କେଟିଂ କରିବା ସହ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ବି କରୁଛନ୍ତି । ସେଠାରେ ଉପସ୍ଥିତ ଲୋକମାନେ ଦିବ୍ୟାଙ୍କ ଏପରି ଷ୍ଟଣ୍ଟ ଦେଖି ସ୍ତବ୍ଧ ହୋଇଯାଇଛନ୍ତି । ଏହି ସମୟରେ ସେ ଭୟଭୀତ କିମ୍ବା ଶାଡୀରେ ଅନିୟନ୍ତ୍ରିତ ଭାବରେ ଦେଖାଯାଇ ନ ଥିଲେ । ଶାଢୀରେ ଏପରି ଷ୍ଟଣ୍ଟ କରିବା କାହା ପାଇଁ ସହଜ ନୁହେଁ ।

ସାଧାରଣତଃ ପାରମ୍ପାରିକ ପୋଷାକରେ ଏପରି ଫିଟ୍ କିମ୍ବା ଦୁଃସାହସିକ କାର୍ଯ୍ୟ କରୁଥିବା କେହି ଦେଖନ୍ତି ନାହିଁ । କିନ୍ତୁ ଏହି ଦିବ୍ୟାଙ୍କ ସାହସକୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି । ଦିବ୍ୟା କହିଛନ୍ତି ଯେ, ବରଫ ଉପତ୍ୟକାରେ ଶାଢୀ ପିନ୍ଧି ଷ୍ଟଣ୍ଟ କରିବା ଉଦ୍ଧେଶ୍ୟ ପୁରା ଭିନ୍ନ । କାରଣ ମୁଁ ଲୋକଙ୍କୁ କହିବାକୁ ଚାହେଁ, ଜଣେ ଶାଢୀ ପିନ୍ଧି ସବୁ କାମ ସହଜରେ କରି ପାରିବ । ସେଥିଲାଗି ଆଧୁନିକ ପୋଷାକ ପରିଧାନ କରିବା ଆବଶ୍ୟକ ନାହିଁ । ଏହି ଭିଡ଼ିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି ।

Comments are closed.