Latest Odisha News

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ: ମିଳିବ ୧୫ ଲକ୍ଷ ଟଙ୍କାର ସହାୟତ ରାଶି

କଟକ: ଡ୍ୟୁଟି ବେଳେ ମହିଳା ପୋଲିସଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନିର୍ବାଚନ ଅଧିକାରୀ । ଗତକାଲି ନିର୍ବାଚନ ଡ୍ୟୁଟି ସମୟରେ ବାଖରାବାଦ୍ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମିତ୍ରଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ନିୟମ ଅନୁଯାୟୀ ତାଙ୍କ ପରିବାକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତାରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ।

ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ହାଡ଼ିବନ୍ଧୁ ସ୍କୁଲ୍ ୧୧୪ ନମ୍ବର ବୁଥରେ ନିର୍ବାଚନ ଡ୍ୟୁଟି କରୁଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇଥିଲେ ସୁଜାତା । ପରେ ତାଙ୍କୁ ଏସିବି ମେଡିକାଲରେ ଭର୍ତ୍ତି କରାଯିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ତେବେ ଏହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶୋକପ୍ରକାଶ କରିବା ସହ ସ୍ୱର୍ଗତା ସୁଜତା ମିତ୍ରଙ୍କ ପରିବାରବର୍ଗକୁ ସମବେଦନା ଜଣାଇ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତାରାଶି ପ୍ରଦାନ କରାଯିବ ଘୋଷଣା କରିଛନ୍ତି । ଏନେଇ ଯଥାଶ୍ରୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.