Latest Odisha News

BREAKING NEWS

ଟି୨୦ ବିଶ୍ୱକପ:ଟିମ ଇଣ୍ଡିଆର ପ୍ରଥମ ବ୍ୟାଚରେ ଗଲେନି ହାର୍ଦ୍ଦିକ

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଆୟୋଜିତ ହେବ । ଏଥିପାଇଁ ଭାରତର ପ୍ରଥମ ବ୍ୟାଚ ଗସ୍ତ କରିଛନ୍ତି । ତେବେ ଏହି ଗସ୍ତରେ ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଯାଇ ନାହାନ୍ତି । ବିମାନବନ୍ଦରରେ ଅଧିନାୟକ ରୋହିତ ଶର୍ମା ଓ ଅନ୍ୟମାନେ ଥିଲେ ମଧ୍ୟ ହାର୍ଦ୍ଦିକ ନ ଥିଲେ । ରୋହିତଙ୍କ ସହ ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ରିଷଭ ପନ୍ତ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଥିଲେ । ଆଇପିଏଲ ପ୍ଲେ ଅଫ ସାମିଲ ହୋଇଥିବା ଦଳର ଖେଳାଳିମାନଙ୍କୁ ପ୍ରଥମେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଅନ୍ୟ ଖେଳାଳିମାନେ ଫାଇନାଲ ପରେ ଯିବେ । ରିପୋର୍ଟ ମୁତାବକ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶାଙ୍କ ମଧ୍ୟରେ ଅଶାନ୍ତି ଉପୁଜିଥିବା ଖବର ପ୍ରକାଶ ପାଇଛି । ଏହି କାରଣ ଯୋଗୁ ହାର୍ଦ୍ଦିକ ଯାଇ ନ ଥିବା କେତେକ ସ୍ଥାନରେ ଖବର ପ୍ରକାଶ ପାଇଛି । ନତାଶାଙ୍କ ଇନଷ୍ଟାଗ୍ରାମ ପେଜରେ ଏବେ ବି ହାର୍ଦ୍ଦିକଙ୍କ ଫଟୋ ରହିଛି । ପରିବାର ଅନ୍ୟ ସଦସ୍ୟଙ୍କ ଫଟୋ ମଧ୍ୟ ରହିଛି । ହାର୍ଦ୍ଦିକଙ୍କ ସହ ସମସ୍ତ ଫଟୋ ନତାଶା ଡିଲିଟ କରିବା ଖବର ସମ୍ପୂର୍ଣ୍ଣ ସତ୍ୟ ନ ଥିବା ଜଣାପଡିଛି ।

Leave A Reply

Your email address will not be published.