Latest Odisha News

BREAKING NEWS

ଲାଇଭ୍ ରିପୋର୍ଟିଂ ବେଳେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ ସାମ୍ବାଦିକା

ପାକିସ୍ତାନ: ପାକିସ୍ତାନରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଠାରେ ଲାଇଭ୍ ରିପୋର୍ଟିଂ ବେଳେ ଜଣେ ମହିଳା ରିପୋର୍ଟର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମହିଳା ରିପୋର୍ଟର ଜଣକ ଲୋକଙ୍କ ଭିଡ଼ ଭିତରେ ଜଣେ ବ୍ୟକ୍ତିଙ୍କ ଇଣ୍ଟରଭ୍ୟୁ ନେଉଛନ୍ତି । ସେ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଚେହେରା ଦେଖିବା ପାଇଁ କ୍ୟାମେରା ଫ୍ରେମ ଭିତରକୁ ପ୍ରବେଶ କରନ୍ତି । ଏପରି ଦେଖି ରିପୋର୍ଟର ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରଣ କରିଥିଲେ । ହେଲେ ସେ କିଛି ଶୁଣି ନ ଥିଲେ । ପରେ ଏଥିରେ ରାଗିଯାଇ ଉକ୍ତ ବ୍ୟକ୍ତିଙ୍କୁ ଲୋକଙ୍କ ସାମ୍ନାରେ ଏକ ଚାପୁଡ଼ା ମାରିଥିଲେ । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଏହା ପ୍ରଥମ ଭାଇରାଲ ଭିଡିଓ ନୁହେଁ, ଯେଉଁଥିରେ ଜଣେ ପାକିସ୍ତାନୀ ସାମ୍ବାଦିକ କାହା ଉପରେ ହାତ ଉଠାଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏପରି ଅନେକ ଭିଡିଓ ଆସିଛି, ଯେଉଁଥିରେ ସାମ୍ବାଦିକମାନେ ଲୋକଙ୍କୁ ଚାପୁଡ଼ା ମାରୁଛନ୍ତି ।

Leave A Reply

Your email address will not be published.