Latest Odisha News

ପୁଅର ପ୍ରେମିକାର କେଶକୁ କଇଁଚିରେ କାଟି ଉଲଗ୍ନ କରାଇଲେ ମହିଳା ସରପଞ୍ଚ!

ଅହମଦାବାଦ: ପୁଅର ବାନ୍ଧବୀକୁ ମା’ର ଆକ୍ରମଣ। ଗୁଜରାଟର ତପି ଜିଲ୍ଲାରେ ଜଣେ ମହିଳା ସରପଞ୍ଚଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ସେ ତାଙ୍କର ପୁଅର ବନ୍ଧୁଙ୍କୁ ମାଡ଼ ମାରିବା ଓ ଉଲଗ୍ନ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଫଆଇଆରରେ ମହିଳା ସରପଂଚ, ତାଙ୍କ ସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କୁ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି, ଯଦିଓ ଏଯାବତ କାହାକୁ ଗିରଫ କରାଯାଇ ନାହିଁ।

ବୋରଖାଡି ଗାଁର ମହିଳା ସରପଞ୍ଚ ସୁନିତା ଚୌଧୁରୀ ତାଙ୍କ ପୁଅର ଜଣେ ୨୬ ବର୍ଷୀୟ ଯୁବତୀଙ୍କ ସହ ସମ୍ପର୍କକୁ ବିରୋଧ କରିଥିଲେ। ପୁଲିସ ଇନ୍ସପେକ୍ଟର ଏନ୍ଏସ୍ ଚୌହାନଙ୍କ କହିବାନୁସାରେ ଆକ୍ରମଣର ଶିକାର ଯୁବତୀ ବା ଅଭିଯୋଗକାରିଣୀ ପୂର୍ବରୁ ବିବାହ କରିଥିଲେ ଏବେ ସେ ଛାଡପତ୍ର ଦେବା ପରେ ବର୍ଷେ ହେବ ସୁନୀତାଙ୍କ ଅବିବାହିତ ପୁଅ ସହିତ ପ୍ରେମସମ୍ପର୍କ ସୃଷ୍ଟି ହୋଇଥିଲା। ନିକଟରେ ସେମାନେ ବ୍ୟାରା ସହରରେ ଏକ ଭଡା ଘରେ ଏକାଠି ରହିବାକୁ ଆରମ୍ଭ କରିଥିଲେ।

ଗୁରୁବାର ସନ୍ଧ୍ୟାରେ ସୁନୀତା, ତାଙ୍କ ସ୍ୱାମୀ ଅଜିତ ଏବଂ ଅନ୍ୟ ଦୁଇ ଜଣ କପୁରା ଗାଁରେ ପୁଅ ଏବଂ ତାଙ୍କ ପ୍ରେମିକାକୁ ଭେଟିବା ପରେ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।
ପରେ ସେମାନେ ତାଙ୍କ ପୁଅକୁ ସେଠାରୁ ଚାଲିଯିବାକୁ ପ୍ରବର୍ତ୍ତାଇଥିଲେ ଏବଂ ପରେ ଝିଅକୁ ଖୁସିଲପୁରା ଗାଁ ନିକଟ ଏକ ନିଛାଟିଆ ଅଞ୍ଚଳକୁ ନେଇ ଯାଇଥିଲେ। ପୀଡ଼ିତାଙ୍କୁ ମହିଳା ସରପଞ୍ଚ ଠେଙ୍ଗାରେ ମାଡ଼ ମାରିବା ସମେତ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଏତଦ ବ୍ୟତୀତ, ପୀଡ଼ିତାଙ୍କ କେଶକୁ କଇଁଚି ସାହାଯ୍ୟରେ କାଟି ଦିଆଯାଇଥିବା ବେଳେ ସୁନୀତାଙ୍କ ସ୍ୱାମୀ ତାଙ୍କୁ ଲାତ ମାରିଥିବା ଅଭିଯୋଗ ରହିଛି। ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇ ସୁନୀତା ପୀଡ଼ିତାଙ୍କୁ ତାଙ୍କ ପୁଅଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି।

ଇନ୍ସପେକ୍ଟର ଚୌହାନ କହିଛନ୍ତି ଯେ ଆମେ ଚୌଧୁରୀ ଏବଂ ତାଙ୍କ ସ୍ୱାମୀଙ୍କ ସମେତ ଅନ୍ୟ ତିନି ଜଣଙ୍କ ବିରୋଧରେ ଆକ୍ରମଣ ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ଏଫଆଇଆର ଦାଖଲ କରିଛୁ। ତେବେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ।

Comments are closed.