Latest Odisha News

BREAKING NEWS

ଏଣିକି ରାଜନୀତିରେ ଚାଲିବ ଓଲଟା ଖେଳ…ବିଜେପିକୁ ଖୋଲା ଚାଲେଞ୍ଜ ଦେଲେ ଦିଦି

କୋଲକାତା: ରାଜନୀତିରେ ଏଣିକି ଚାଲିବ ଓଲଟା ଖେଳ । ଯେମିତି କରିବ ସେମିତି ପାଇବ । ଏଣିକି କେବଳ ଜେସାକୁ ତେସା ନୀତି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏମିତି ଧମକ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ବଙ୍ଗଳା ପୋଲିସ ବି ବିଜେପି ନେତାଙ୍କ ସହ ସେମିତି ବ୍ୟବହାର କରବ ଯେମିତି ଇଡି ଏବଂ ସିବିଆଇ ଟିଏମସି ନେତାଙ୍କ ସହ କରୁଛି ।

୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ଏବେ ସବୁ ରାଜନୈତିକ ଦଳର ନଜର ଲୋକସଭା ନିର୍ବାଚନ ଉପରେ । ଆଉ ମାତ୍ର କେତେ ମାସ ବାକି ରହିଛି । ଇତି ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜୋରଦାର ଟକ୍କର ଆରମ୍ଭ ହୋଇଯାଇଛି । ତେବେ ପଶ୍ଚିମବଙ୍ଗର ପ୍ରସଙ୍ଗ ଟିକେ ହଟକେ । ଦିନିଙ୍କ ସ୍ୱର ଏଠାରେ ଖୁବ ତେଢା ଲାଗୁଛି ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଉପରେ ଜୋରଦାର ବର୍ଷିଛନ୍ତି ମମତା ବାନାର୍ଜୀ । କହିଛନ୍ତି, ବିଜେପି ନେତାଙ୍କ ବିରୁଦ୍ଧରେ ଜେସାକୁ ତେସା ନୀତି ଆପଣାଯିବ । ଏହି ନୀତି ବଙ୍ଗଳାରୁ ଦିଲ୍ଲୀ ଯାଏ ସବୁଠି କାର୍ଯ୍ୟକାରୀ ହେବ ବୋଲି ଦିଦି ଚେତାବନୀ ଦେଇଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ରାଜନୈତିକ କାର୍ଯ୍ୟକ୍ରମ ସମୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ଦ୍ୱାରା ଅପରାଧିକ ଧମକ ଦିଆଯାଉଛି। ସେ କହଛନ୍ତି, ଦଳ ଛାଡିବା ପରେ ମନଗଢା ମାମଲାରେ ତାଙ୍କୁ ଫଶା ଯାଉଛି ।

ସେ ଆହୁରି ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଲଗାତାର ସେ ଏବଂ ତାଙ୍କ ଦଳର ସଦସ୍ୟଙ୍କ ପ୍ରତି ଖରାପ ବ୍ୟବହାର ଏବଂ ଘୃଣାତ୍ମକ ବ୍ୟବହାର ଦେଖାଉଛନ୍ତି । ସେ ଗୁରୁବାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ମମତା ବାନାର୍ଜୀଙ୍କ ବକ୍ତବ୍ୟକୁ ଇଶାରା କରି କହିଛନ୍ତି ଯେଉଁଠି ମମତା କହିଥିଲେ ଆମର ଦଳର ୪ ଜଣ ବିଧାୟକ ଜେଲ ଗଲେ ହତ୍ୟା ଅଭିଯୋଗରେ ବିପକ୍ଷ ଦଳର ଜଣଙ୍କୁ ଜେଲ ପଠାଇବା ନିଶ୍ଚିତ ।

Leave A Reply

Your email address will not be published.