Latest Odisha News

ମହିଳା ସରପଞ୍ଚଙ୍କ ଅନର୍ଗଳ ଇଂରାଜୀ ଶୁଣି ଚକିତ ଜିଲ୍ଲାପାଳ

ବାରମେର: ଇଂରାଜୀରେ ଅନର୍ଗଳ ଭାଷଣ ଦେଲେ ମହିଳା ସରପଞ୍ଚ। ରାଜସ୍ଥାନର ବାରମେରରେ ଜଣେ ମହିଳା ସରପଞ୍ଚ ଜିଲ୍ଲାପାଳ ଟିନା ଡାବିଙ୍କ ଆଗରେ ଇଂରାଜୀରେ ଅନର୍ଗଳ ଭାବେ ଭାଷଣ ଦେଇଥିଲେ। ତାଙ୍କ ଭାଷଣ ଶୁଣି ଟିନା ଡାବି ଆଶ୍ଚର୍ଯ୍ୟାନ୍ୱିତ ହୋଇପଡିଛନ୍ତି।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆଇଏଏସ ଟିନା ଡାବି ଏବେ ବାରମେର ଜିଲ୍ଲାପାଳ ରହିଛନ୍ତି। ତାଙ୍କୁ ବାରମେରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଠାରେ ମହିଳା ସରପଞ୍ଚ ସୋନୁ କନୱର ତାଙ୍କୁ ଇଂରାଜୀ ଭାଷଣରେ ସ୍ୱାଗତ କରିଥିଲେ। ତେବେ ସୋନୁ କନୱର ପାରମ୍ପାରିକ ରାଜସ୍ଥାନ ପୋଷାକରେ ଥିଲେ।

ଭାଷଣ ଆରମ୍ଭରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଇଂରାଜୀରେ କହିଥିଲେ, “କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ବହୁତ ଖୁସି । ପ୍ରଥମତଃ ଆମ ଜିଲ୍ଲାପାଳ ଟିନା ମ୍ୟାମଙ୍କୁ ସ୍ୱାଗତ କରୁଛି । ତାଙ୍କର ଇଂରାଜୀ ଭାଷଣ ଶୁଣି ଜିଲ୍ଲାପାଳଙ୍କ ସମେତ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ତାଙ୍କୁ କରତାଳି ଦେଇ ପ୍ରଶଂସା କରିଥିଲେ ।

 

Leave A Reply

Your email address will not be published.