Latest Odisha News

ଭିଜିଲାନ୍ସ ଜାଲରେ ଫସିଲେ ମହିଳା ସରପଞ୍ଚ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକସ୍ଥିତ ରିଞ୍ଜା ସରପଞ୍ଚଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପସନ୍ ୱିଙ୍ଗର ଏକ ଟିମ୍ ମହିଳା ସରପଞ୍ଚ ଭୁଜକାନ୍ତି ସାହୁଙ୍କ କଳାହାଣ୍ଡି ଜିଲ୍ଲାର ଟକାରୁମାଳରେ ଥିବା ଶ୍ୱଶୁର ଘର ଓ କୁସୁର୍ଲାରେ ଥିବା ତାଙ୍କ ଘରେ ଚଢାଉ କରି କରିଛି ।

ପରର୍ତ୍ତୀ ସମୟରେ ଭିଜିଲାନ୍ସ ଟିମ୍ ବହୁ ମୂଲ୍ୟବାନ ଦସ୍ତାବିଜ୍, ଜମିଜମା କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ଚେକ୍ କରିବା ସହ ଏନେଇ ଖୋଳତାଡ ଆରମ୍ଭ କରିଛି ।

Comments are closed.