Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ପୁଣି ମୁତୟନ ହେଲେ ୨୮ ହଜାର ଯବାନ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଘାଟିରେ ପାଖାପାଖି ୨୮ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ଏହି ଯବାନଙ୍କୁ ଅଚାନକ ସହରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ କିଛି ବିଦେଶୀ ଆତଙ୍କବାଦୀ ସହରର ଭିନ୍ନଭିନ୍ନ ସ୍ଥାନରେ ଆକ୍ରମଣ କରିବାର ଆଶଙ୍କା ରହିଛି ।

ଏହି ଯବାନଙ୍କ ମଧ୍ୟରେ ସିଆରପିଏଫ୍ ଯବାନଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ସେମାନଙ୍କୁ ସହରର ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ, ଶିକ୍ଷାନୁଷ୍ଠାନ, ଧର୍ମସ୍ଥଳୀ ଆଦି ସ୍ଥାନ ମାନଙ୍କରେ ନିୟୋଜିତ ହୋଇଥିବା ଜଣାପଡିଛି ।

ତେବେ ଜମ୍ମୁ-କାଶ୍ମୀରରେ ହଠାତ୍ ଅଧିକ ପରିମାଣରେ କାହିଁକି ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନାଯୋଗ୍ୟ, କିଛି ଦିନ ତଳେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ୧୦ ହଜାର ଯବାନଙ୍କୁ ଏଠାରେ ନିୟୋଜଚିତ କରାଯାଇଥିଲା । ସହରର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଗୁଡିକର ଦାୟିତ୍ୱ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳକୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.