Latest Odisha News

BREAKING NEWS

ଘରେ ପଶି ମହିଳାଙ୍କୁ ଗୁଳିମାଡ, ଦୁର୍ବୁତ୍ତ ଫେରାର୍

ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୁତ୍ତ  । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇପାଳ ଗାଁରେ  । ମହିଳା ଜଣକ ରାତିରେ ଘରେ ଶୋଇଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ଆସି ଗୁଳି ମାଡ କରିଛନ୍ତି  । ମହିଳା ଜଣକ ଲକ୍ଷ୍ମୀ ମୁର୍ମୁ ବୋଲି ଜଣାପଡିଛି ।

ଲକ୍ଷ୍ମୀଙ୍କର ଅଣ୍ଟା , ପେଟ ଓ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି । ଫଳରେ ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କିଏ କାହିଁକି ଘରେ ପଶି ମହିଳାଙ୍କୁ ଗୁଳି କଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  । ଏନେଇ ବରହମପୁର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.