Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀଜଗନ୍ନାଥଙ୍କ ସେବକ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜକଟିଏ ବା ସେବକ ଟିଏ ହେବା ଅତ୍ୟନ୍ତ ଦୁର୍ଲ୍ଲଭ ଓ ସୌଭାଗ୍ୟର କଥା।।କାରଣ ଏ ଜଗତରେ ମଣିଷ ଜନ୍ମ ଯେପରି ଦୁର୍ଲ୍ଲଭ ଓ ଅନେକ ଜନ୍ମର ତପ ବଳରେ ମିଳିଥାଏ। ପ୍ରଥମେ ମଣିଷଟିଏ ହେବ ପରେ ସେବକ ଟିଏ ବା ପୂଜକ ଟିଏ ହେବ କେବଳ ଭାଗ୍ୟ ନୁହେଁ ନିଜର ନିଷ୍ଠା ଓ ଭକ୍ତି ଏଥି ପାଇଁ ନିହାତି ଦରକାର। ସଦା ବସୁଥିବା ସେବା ଶବ୍ଦଟି ସହ ନିଷ୍ଠା, ଭକ୍ତି, ସମର୍ପଣ ଓ ବିନୟ ଭାବ ସଦା ଜଡିତ ହୋଇଥାଏ। ମହାପ୍ରଭୁ ସର୍ବଦା ନିଷ୍ଠାପର ସେବା ଭକ୍ତିପୂର୍ଣ୍ଣ ସମର୍ପଣ ଦ୍ୱାରା ସେବକ ର ବଶୀଭୂତ ହୋଇଥାନ୍ତି। ନିଜେ ମହାପ୍ରଭୁ ପରା ସର୍ବଦା ପ୍ରସନ୍ନ ବଦନ ଓ ଶାନ୍ତକାର ଅଟନ୍ତି ତେଣୁ ତାଙ୍କ ପୂଜକ ବା ସେବକ ମଧ୍ୟ ଶାନ୍ତ, ନମ୍ର ସ୍ଵଭାବର ହେବା ଆବଶ୍ୟକ।  ସମସ୍ତ ସଦଗୁଣ ସହ ସମ୍ପୂର୍ଣ୍ଣ ସମର୍ପଣ ଭାବ ନେଇ ଯେଉଁ ପୂଜକ /ସେବକ ମହାପ୍ରଭୁଙ୍କ ସେବା କରିଥାନ୍ତି, ସେମାନେ ନିଶ୍ଚୟ ଅଶେଷ ପୁଣ୍ୟ ସହ ଭଗବତ କୃପା ଲାଭ କରିଥାନ୍ତି। ଏଣୁ ପୂଜକଙ୍କ ଲକ୍ଷଣ ଆଲୋଚନା ନିଶ୍ଚିତ ରୂପେ ଆବଶ୍ୟକ ଅଟେ।

ଆସନ୍ତୁ ଜାଣିବା ଦିନ ସାରା ପୂଜକ କଣ କରିବା ଉଚିତ । ପ୍ରତ୍ୟୁଷରେ ନିଜର ସମସ୍ତ କର୍ମ ପୂର୍ବ ବର୍ଣ୍ଣନାନୁସାରେ ବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବେ।  ତତ୍ପରେ ନିଜର ସମସ୍ତ ଦେବ ପୂଜନ କାର୍ଯ୍ୟକ୍ରମ ଶେଷ କରିବେ। ପରେ ନିଜର ବିଶ୍ରାମ ସମୟରେ ଗୀତା ପାଠ, ବିଷ୍ଣୁ ସହସ୍ରନାମ ପାଠ ତଥା ଶ୍ରୀମଦ ଭାଗବତ ଆଦି ପୁରାଣ ପାଠ ଶ୍ରଦ୍ଧା ଓ ନିଷ୍ଠାର ସହିତ କରିବେ। ଶେଷରେ ସନ୍ଧ୍ୟା ତର୍ପଣ ଆଦି କରି ରାତ୍ରିରେ ଭଗବାନ ଚିନ୍ତନ ସହ ନିଦ୍ରା ଯିବେ। ଆଶା ଏହି ଆଆଲୋଚନାଗୁଡ଼ିକ   କେବଳ ପୂଜକ /ସେବକମାନଙ୍କ ନିମିତ୍ତ ପ୍ରଯ୍ୟୂଜ ନହୋଇ ଯଦି ସମସ୍ତ ଭକ୍ତ ଏହାକୁ ଆପଣେଇ ନେବେ, ତେବେ ଏ ସଂସାର ସୁଖମୟ ହୋଇ ଉଠିବ।  ଆଗାମୀ ଅଧ୍ୟାୟରେ ଦ୍ୱାଦଶ ଯାତ୍ରା ବିଷୟରେ ଆଲୋଚନା କରିବା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ଏ ଘେନି ଗୁରୁ ଭଗବାନ

ସେ ନୁହେଁ ମନ୍ୟୁଷ ସମାନ

ପଥିକ ଯେହ୍ନେ ବୃକ୍ଷ ତଳେ

ଶ୍ରମେ ମିଳନ୍ତି ଏକ ମେଳେ

ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )

Leave A Reply

Your email address will not be published.