Latest Odisha News

BREAKING NEWS

ରାସ୍ତାକଡରେ କାଠ ଚୁଲିରେ ରାନ୍ଧୁଥିବା ଏହି ମହିଳାଙ୍କର ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ କି ସମ୍ପର୍କ ରହିଛି ?

ତିରୁଅନନ୍ତପୁରମ:ଖୁବ ସାଧାସିଧା ମହିଳା  ଜଣେ । ସାଧାରଣ ଶାଢୀ ପିନ୍ଧିଛନ୍ତି । ମାଟି ଚୁଲାରେ ରୋଷେଇ କରୁଛନ୍ତି, ପୁଣି ରାସ୍ତା କଡରେ । ତାଙ୍କର ବେଶପୋଷାକ, କାମ ବିଶେଷ କରି ତାଙ୍କ ମୁହଁରେ ଚିକଚିକ କରୁଥିବା ହସ ଦେଖିଲେ ତାଙ୍କ ଆଡକୁ ମନ ଆପେ ଆପେ ଆକର୍ଷିତ ହୋଇଯିବ । ଆପଣ ହୁଏତ ଭାବୁଥିବେ ଏଇ ସାଧାରଣ ମହିଳା ଜଣକ ଆଜି ଖବର ଶିରୋନାମାରେ କାହିଁକି ?

ଜାଣି ଆଶ୍ଚର୍ଯ୍ୟ ହେବେ, ଅତି ସାଧାରଣ ଦିଶୁଥିବା ଏହି ମହିଳା ଜଣକ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ । ଜାଣନ୍ତି ସେ କିଏ ? ଏହି ମହିଳା ଜଣକ ପଦ୍ମଶ୍ରୀ ଉପାଧିଧାରୀ । ଖାଲି ସେତିକି ନୁହେଁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଅତି ନିକଟତର । ଋଷି ସୁନକଙ୍କ ଶାଶୂ ହେଉଛନ୍ତି ସୁଧା ମୂର୍ତ୍ତି । ଏହାବ୍ୟତୀତ ସେ ଇନଫୋସିସର  (Infosysy) କୋ ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ପତ୍ନୀ  । ତାଙ୍କର ଅନ୍ୟ ପରିଚୟ ହେଉଛି ସେ ଜଣେ ସାମାଜସେବୀ, ଲେଖିକା ।

କୋଟି କୋଟି ଟଙ୍କାର ମାଲିକ ହେଲେ ମଧ୍ୟ ଖୁବ ସାଧାସିଧା ତାଙ୍କ ଜୀବନ ଶୈଳୀ ।ଆଜିକାଲି ସୁଧା ମୂର୍ତ୍ତିଙ୍କର ଏହି ଫଟୋ ବେଶ ଭାଇରାଲ ହୋଇଛି । ପୋଙ୍ଗଲ ଅବସରରେ ସୁଧା ମୂର୍ତ୍ତି ପରମ୍ପରା ପାଳନ କରି ରାସ୍ତା କଡରେ ମାଟି ଚୁଲିରେ ଏପରି ରୋଷେଇ କରୁଛନ୍ତି ।

ଭାଇରାଲ ହେଇଥିବା ଏହି ଫଟୋଟି କେରଳ ତିରୁଅନନ୍ତପୁରମର । ଏଠାରେ ଅଟ୍ଟୁକଳ ଭଗବତୀ ମନ୍ଦିରରେ ଚାଲିଛି ପୋଙ୍ଗଲ ଉତ୍ସବ ପାଳନ ।  ସାଧାରଣ ଲୋକଙ୍କ ସହ  ସୂଧା ମୂର୍ତ୍ତି ବି ସାମିଲ ହୋଇଛନ୍ତି । ରାସ୍ତା କଡରେ ବସିଛନ୍ତି । ମାଟି ଚୁଲିରେ ମାଟି ହାଣ୍ଡିରେ ରୋଷେଇ କରୁଛନ୍ତି । ପ୍ରଥମେ ତା ତାଙ୍କୁ କେହି ଚିହ୍ନି ପାରିଲେନି । ହେଲେ ଜାଣିବା ପରେ ସମସ୍ତେ ସ୍ତବ୍ଧ ହୋଇଗଲେ । ଜଣେ କୋଟିପତି ମହିଳା ସାଧାରଣ ଲୋକଙ୍କ ଭିଡରେ ! ସୁଧା ମୂର୍ତ୍ତି ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ତାଙ୍କର ରହିଛି । ଏସବୁ ସତ୍ତ୍ୱେ ତାଙ୍କର ଏ ସାଧାସିଧା ଜୀବନ ଶୈଳୀ ପାଇଁ  ସାରା ଦେଶରୁ ପ୍ରଶଂସା ସାଉଁଟୁଛନ୍ତି ।

Leave A Reply

Your email address will not be published.