ନୂଆଦିଲ୍ଲୀ: ଦୁନିଆର ସବୁଠୁ ଉଚ୍ଚତମ ଅଟ୍ଟାଳିକା ତଥା ଦୁବାଇସ୍ଥିତ ବୁର୍ଜ ଖଲିଫା ଆପର୍ଟମେଣ୍ଟର ଶିଖର ଉପରେ ଛିଡ଼ା ହୋଇ ୟୁନାଇଟେଡ ଆରବ ଏମିରେଟସ୍ ପାଇଁ ବିଜ୍ଞାପନ ସୁଟ୍ କରିଛନ୍ତି ଜଣେ ମହିଳା। ଏହି ମହିଳା ଜଣକ ହେଉଛନ୍ତି ନିକଲୋ ସ୍ମିଥ୍- ଲୁଡଭିକ୍। ନିକୋଲ ଭୁପୃଷ୍ଠରୁ ପ୍ରାୟ ୮୨୮ ମିଟର ଉଚ୍ଚରେ ଏହି ବିଜ୍ଞାପନ ସୁଟ୍ କରିଛନ୍ତି।
ନିକୋଲ ଜଣେ ପ୍ରଫେସନାଲ ସ୍କାଏ ଡାଇଭିଂ ଇନଷ୍ଟ୍ରକକ୍ଟର ହୋଇଥିବା ବେଳେ ଏହି ବିଜ୍ଞାପନରେ ସେ ଏମିରେଟସ୍ ଫ୍ଲାଇଟ୍ର ଜଣେ କ୍ରିଉ ମେମ୍ବର ଭୂମିକା ଗ୍ରହଣ କରିଛନ୍ତି।
୩୦ ସେକେଣ୍ଡର ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ଏହି କ୍ଲିପ ଦେଖିବା ପରେ ଉପଭୋକ୍ତାମାନେ ଭୟଭୀତ ହୋଇପଡିଛନ୍ତି।
ବିଜ୍ଞାପନ ଖୋଲିବାବେଳେ ଏମିରେଟ୍ସ ୟୁନିଫର୍ମରେ ଥିବା ନିକୋଲ ମେସେଜ୍ ବୋର୍ଡ ଧରିଥିବାର ଦେଖିବାକୁ ମିଳିଥିଲା। ଯେଉଁଥିରେ ଲେଖାଥିଲା, “ୟୁଏଇକୁ ଉଡାଣି ଭରି ଭଲ ଅନୁଭବ ଆପଣାନ୍ତୁ ବୋଲି ଲେଖାଯାଇଥିଲା।
Comments are closed.