Latest Odisha News

BREAKING NEWS

ସ୍ୱାମୀଙ୍କୁ ପସନ୍ଦ ହେଲାନି ପୁଚୁକା ଗାଲ: ସ୍ତ୍ରୀ ଏମିତି କରି ବସିଲେ,ଏବେ ଯିଏ ଦେଖୁଛି ସେ ଡ଼ରୁଛି

ୠଷ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ଆଉ ସେମାନଙ୍କର ନିଜର ପସନ୍ଦ ଏବଂ ନାପସନ୍ଦ ବି ଅଛି । ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କ ସ୍ତ୍ରୀ ତାଙ୍କ ଅନୁସାରେ ରହୁ । ଏଥିପାଇଁ କାହାର ଶରୀର ପରିବର୍ତ୍ତନ କରିବାକୁ ଚାପ ପକାଇବା ଉଚିତ୍ ନୁହେଁ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଙ୍କ ପୁଚୁକା ଗାଲ ପସନ୍ଦ ହେଲାନି । ଆଉ ସ୍ୱାମୀଙ୍କୁ ଖୁସି କରିବାକୁ ଯାଇ ପତ୍ନୀ ଏମିତି କରି ବସିଲେ, ଏବେ ତାଙ୍କୁ ଯିଏ ଦେଖୁଛି ସେ ଡ଼ରୁଛି ।

ୟାନା ବବ୍ରୋଭା ନାମ୍ନୀ ଜଣେ ମହିଳା ଦକ୍ଷିଣ-ପଶ୍ଚିମ ଋଷରେ ରୁହନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର । ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଭଲ ପାଆନ୍ତି । ହେଲେ ତାଙ୍କ ସ୍ୱାମୀଙ୍କୁ ୟାନାଙ୍କ ପୁଚୁକା ଗାଲ ପସନ୍ଦ ନ ଥିଲା । ଏନେଇ ସେ ବାରମ୍ବାର ୟାନାଙ୍କୁ କହିଥାନ୍ତି । ତେଣୁ ସ୍ୱାମୀଙ୍କୁ ଖୁସି କରିବାକୁ ଯାଇ ୟାନା କେମିତି ତାଙ୍କ ଗାଲ କମାଇବେ ତାକୁ ନେଇ ଚିନ୍ତିତ ହୋଇପଡ଼ିଲେ ।

ପରେ ୟାନା ଡ଼ାଏଟିଂ କରିବା ଆରମ୍ଭ କଲେ । ତାଙ୍କର ଓଜନ ୪୪ କେଜି ଥିବା ବେଳେ ଉଚ୍ଚତା ୫.୨ ଇଞ୍ଚ ଥିଲା । ହେଲେ ଡ଼ାଏଟିଂ କରି ସେ ନିଜ ଓଜନ ୨୨ କେଜି କମାଇଦେଲେ । ଏବେ ତାଙ୍କ ଓଜନ ମାତ୍ର ୨୨ କେଜି ରହିଛିି । ତାଙ୍କ ଉଚ୍ଚତା ଅନୁଯାୟୀ, ଓଜନ ଏତେ କମ୍ ହୋଇଗଲା ଯେ , ୟାନା ବେଶୀ ଦୁର୍ବଳ ଦେଖାଯାଉଛନ୍ତି । ଏବେ ତାଙ୍କୁ ଯିଏ ଦେଖୁଛି ସେ ଡ଼ରୁଛି ।

ୟାନା କୁହନ୍ତି, ମୋ ସ୍ୱାମୀ ମୋତେ ବହୁତ ଭଲ ପାଉଥିଲେ ବି ବାରମ୍ବାର ମୋ ଗାଲକୁ ନେଇ ମନ୍ତବ୍ୟ ଦେଇଥାନ୍ତି । ଯାହା ମୋତେ ଖରାପ ଲାଗୁଥିଲା । ତେଣୁ ଗାଲକୁ କମାଇବାକୁ ନିଷ୍ପତ୍ତି ନେଲି ସତ । ହେଲେ ଏମିତି ହୋଇଗଲା ଯେ, ମୋ ଚେହେରା ସମ୍ପୂର୍ଣ୍ଣ ବିଗିଡ଼ିଗଲା । କେବଳ ସେତିକି ନୁହେଁ ତାଙ୍କ ଶରୀର ବି ବହୁତ ଦୁର୍ବଳ ହୋଇଗଲା । କୌଣସି କାମ କରିବା ଆଉ ସମ୍ଭବ ହେଉନି । ତେଣୁ ବାଧ୍ୟ ହୋଇ ମୋତେ ଚାକିରି ବି ଛାଡ଼ିବାକୁ ପଡ଼ିଲା ।

Comments are closed.