Latest Odisha News

‘ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ହୁଏତ ପୂରଣ କରି ପାରିନି’: ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ବାଦ୍ ପଡ଼ିଛନ୍ତି ରୋହିତ ପୂଜାରୀ । ମନ୍ତ୍ରୀ ପଦ ଯିବା ପରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆଶୀର୍ବାଦ ଦେଇଛନ୍ତି । ବିଗତ ଦିନରେ ଜିଲ୍ଲା ସଭାପତି କରିଥିଲେ । ଉଠାଜଳସେଚନର ଅଧ୍ୟକ୍ଷ ଥିଲି ।

ଏଥିସହ ପଢ଼ନ୍ତୁ: ନବୀନଙ୍କ କ୍ୟାବିନେଟରୁ ରୋହିତ ପୂଜାରୀ ବାଦ୍ ପଡ଼ିବା ପଛର ୫ ବଡ଼ କାରଣ !

ମୁଁ ଆଗରୁ ଉପ ମୁଖ୍ୟ ସଚେତକ ଥିଲି, ମନ୍ତ୍ରୀ ମଧ୍ୟ ହୋଇଥିଲି । ମୁଁ ମୋର ପାରୁ ପର୍ଯ୍ୟନ୍ତ ପ୍ରୟାସ କରିଥିଲି । ହୁଏତ ମୁଖ୍ୟମନ୍ତ୍ରୀଙ୍କୁ ଲାଗି ଥିବ… ମୋ କାମରେ ସେ ସନ୍ତୁଷ୍ଟ ନଥିବେ ସେଥିପାଇଁ…. ମୁଁ ନୂଆ ମନ୍ତ୍ରୀ ହୋଇଥିଲି… ଆଗକୁ ସମୟ ଅଛି ଶିଖିବି… କାମ କରିବି… ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ କାମ କରିବି ବୋଲି କହିଛନ୍ତି ପୂଜାରୀ ।

ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ହୁଏତ ପୂରଣ କରି ପାରିନି । ଆଗକୁ ଦଳ ଯାହା ଦାୟିତ୍ୱ ଦେବେ କରିବି । ତେବେ ମୋ ଠାରୁ ଆରମ୍ଭ ହେଉନି କି ସରିନି କହି ମନକୁ ବୁଝାଇ ଦେଇଛନ୍ତି ରୋହିତ ପୂଜାରୀ । ତେବେ ସେ ନିଜ ଦକ୍ଷତା ମୁତାବକ କାର୍ଯ୍ୟ କରିଥିବା କହିଛନ୍ତି ରୋହିତ ପୂଜାରୀ । ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ଅତନୁ ସବ୍ୟସାଚୀ ନାୟକଙ୍କୁ ଅତିରିକ୍ତ ଭାବେ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.