Latest Odisha News

BREAKING NEWS

ମୋବାଇଲ ଲୁଟିବାକୁ ଆସି ଝିଅକୁ ଅପହରଣ ଉଦ୍ୟମ, ପ୍ରତିବାଦ କରିବାରୁ ମା’କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ବାସୁଦେବପୁର: ସହର ମାନଙ୍କରେ ନିତିଦିନ ଗନ୍ ପଏଣ୍ଟରେ ଲୁଟ୍, ହତ୍ୟା ଉଦ୍ୟମ ଖବର ଶୁଣିଥିବେ କିନ୍ତୁ ଏବେ ଗାଁ ଗୁଡିକରେ ମଧ୍ୟ ସମାନ ଧରଣର ଦୁର୍ବୃତ୍ତ ପାଦ ଥାପିଲେଣି। ଯାହା ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖିବାକୁ ମିଳିଛି।

ବାସୁଦେବପୁର ଥାନା ସୀମା ଅନ୍ତର୍ଗତ ଚାଉରା ଛକରେ କିଛି ଦୁର୍ବୃତ୍ତ ଆସି ଅଲବଗା ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ (୪୦)ଙ୍କ ନିକଟରୁ ମୋବାଇଲ ଲୁଟିବାକୁ ଆସିଥିଲେ। ହେଲେ ଏଥିରେ ବିଫଳ ହେବା ପରେ ସେ ପାଖରେ ଥିବା ତାଙ୍କ ୬ ବର୍ଷର ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏଥିରେ ବିଫଳ ହେବାରୁ ଜ୍ୟୋତ୍ସାରାଣୀଙ୍କୁ ଗୁଳି ମାରିଥିଲେ। ସୌଭାଗ୍ୟବଶତଃ ଜ୍ୟୋତ୍ସାଙ୍କ ହାତରେ ଗୁଳିବାଜିବାରୁ ସେ ଆହତ ହୋଇଛନ୍ତି। ଏବେ ସେ ବିପଦରୁ ମୁକ୍ତ ରହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଜ୍ୟୋତ୍ସାରାଣୀ ଏବଂ ତାଙ୍କ ଝିଅ ସ୍କୁଟିରେ ବଜାରକୁ ଯାଉଥିଲେ ଗ୍ରୋସରୀଣ ଆଣିବାକୁ। କିନ୍ତୁ ରାସ୍ତାରେ ଏକ ଛକରେ କିଛି ଦୁର୍ବୃତ୍ତ ଆସି ଜ୍ୟୋତ୍ସାରାଣୀଙ୍କ ମୋବାଇଲ ଲୁଟିବାକୁ ପ୍ରୟାସ କଲେ। ହେଲେ ମହିଳା ଜଣଙ୍କ ପ୍ରତିବାଦ କରିବା ପରେ ଧମକ ଦେବାକୁ ଯାଇ ୬ ବର୍ଷର ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ମହିଳା ଜଣଙ୍କ ଚିତ୍କାର କରିବା ପରେ ଦୁର୍ବୃତ୍ତ ମାନେ ମହିଳାଙ୍କୁ ଗୁଳି ମାରିଥିଲେ। ଏହାପରେ ସ୍ଥାନୀୟ ଅଂଚଳରୁ ଚମ୍ପଟ ମାରିଥିଲେ। ପରେ ସ୍ଥାନୀୟ ଲୋକଆସି ଜ୍ୟୋତ୍ସାରାଣୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ମହିାଳାଙ୍କ ଶରୀରରୁ ପ୍ରବଳ ରକ୍ତ ବାହାରି ଯାଇଛି। ମହିଳା ଜଣଙ୍କ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ଝିଅ ସୁରକ୍ଷିତ ଥିବା କୁହାଯାଉଛି।

ଖବର ପାଇବା ପରେ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.