ବେଙ୍ଗାଲୁରୁ: ଆପଣ ନିଜର ‘ବେଟରହାପ୍’କୁ କେତେ ଭଲ ପାଆନ୍ତି ଓ କେତେ ଗୁରୁତ୍ୱ ଦିଅନ୍ତି ସେ କଥା ହୁଏତ ମୌଖିକ ଭାବେ ପ୍ରକାଶ କରିଥାନ୍ତି । କିନ୍ତୁ ବେଙ୍ଗାଲୁରର ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜର ବେଟରହାପ୍କୁ କେତେ ଭଲ ପାଆନ୍ତି, ତାକୁ ଭିନ୍ନ ରୂପରେ ସମସ୍ତଙ୍କୁ ଜଣାଇଥାନ୍ତି । ଶରୀରର କପାଳରେ ସେ ଟାଟୁରେ ଉତ୍ତାରିଛନ୍ତି ନିଜ ବେଟରହାପଙ୍କ ନାଁ । ଯାହାକୁ ଦେଖିଲା ପରେ ସେ ମହିଳାଙ୍କ ଉଦ୍ଦେଶ୍ୟ କ’ଣ ତାହା ଯେ କେହି ଜାଣିପାରିବେ । ଏହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଆଜିକାଲି ଯୁବପିଢୀ ଶରୀର ବିଭିନ୍ନ ସ୍ଥାନରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବେଙ୍ଗାଲୁରୁ ସହରରେ ରହୁଥିବା ଜଣେ ମହିଳାଙ୍କ ଟାଟୁ କରିବା ଟିକେ ନିଆରା । ସେ ତାଙ୍କ ସ୍ୱାମୀଙ୍କ ପ୍ରତି ଥିବା ଭଲପାଇବାକୁ ଟାଟୁ କରି ଦର୍ଶାଇଛନ୍ତି । ହାତ କି ଗୋଡ଼ ନୁହେଁ ବରଂ ନିଜ କପାଳରେ ସ୍ୱାମୀଙ୍କ ନାଁର ଟାଟୁ କରିଛନ୍ତି । ବଡ଼ ବଡ଼ ଅକ୍ଷରରେ ନିଜ ସ୍ୱାମୀଙ୍କ ନାମ ସତୀଶ ବୋଲି ଲେଖିଛନ୍ତି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ନିଜ ସ୍ୱାମୀ ନାମ ଟାଟୁ କରୁଥିବା ସମୟରେ ବେଶ୍ ଉତ୍ସାହିତ ଅଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେବା ସହିତ ଖୁବ୍ ପ୍ରଶଂସା କରିଛନ୍ତି ।
Comments are closed.