Latest Odisha News

BREAKING NEWS

ଆହାର କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଅବ୍ୟବସ୍ଥା ରେକର୍ଡିଂ କରିବାରୁ ଆକ୍ରମଣର ଶିକାର ଅଭିଯୋଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବରଗଡ଼ ଜିଲ୍ଲା ୧୯ ନମ୍ବର ଓ୍ୱାର୍ଡରେ ଥିବା ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ବ୍ୟବସ୍ଥା ନେଇ ଅଭିଯୋଗ କରିବାରୁ ମହିଳାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ନାଁ ସୁଶ୍ରୀ ସଙ୍ଗୀତା ମହରାଣା। ମିଳିଥିବା ସୂଚନା ଅନୁଯାୟୀ, ସୁଶ୍ରୀ ମହରାଣା ଆହାର କେନ୍ଦ୍ରରେ ଖାଦ୍ୟ ନେବାକୁ ଆସିଥିଲେ। ତେବେ ଏହି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ସେ ଜାଣିବାକୁ ପାଇଥିଲେ। ଏହା ପରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ କରିବା ସହ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ।

ରୋଷେଇ ଦାୟିତ୍ୱରେ ଥିବା ସେଲ୍ଫ ହେଲ୍ଫ ଗ୍ରୁପର ମହିଳାମାନେ ସୁଶ୍ରୀଙ୍କ ମୋବାଇଲ୍ ଛଡ଼ାଇ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସେ କହିଛନ୍ତି,ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆୟାଉଥିବା ମୁଁ ଦେଖିବାକୁ ପାଇଲି। ଏହି ସ୍ଥାନ ଅସ୍ୱାସ୍ଥ୍ୟକର ଥିବାରୁ କେନ୍ଦ୍ରକୁ ଆସୁଥିବା ଲୋକେ ମଧ୍ୟ ଠିକ୍ ଭାବେ ବ୍ୟବହାର କରୁନାହାନ୍ତି। ଯେତେବେଳେ ମୁଁ ଏହି ସମସ୍ୟା ବିଷୟରେ ଅଭିଯୋଗ କରିଥିଲି ଏବଂ ମୋ ମୋବାଇଲ୍ ଫୋନରେ ଏହାକୁ ସୁଟିଂ କରିବା ଆରମ୍ଭ କରିଥିଲି, ସେମାନେ ମୋତେ ମାଡ଼ ମାରି ମୋ ଫୋନ୍ ଛଡ଼ାଇ ନେଇଥିଲେ।

ଏହି ଘଟଣାକୁ ନେଇ ସୁଶ୍ରୀ ମହାରଣା ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ସେଲ୍ଫ ହେଲ୍ଫ୍ ଗ୍ରୁପ୍ର ସଦସ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.