Latest Odisha News

BREAKING NEWS

ଜ୍ୱାଳାମୂଖୀର ଫଟୋ ଉଠାଇବା ଚକ୍କରରେ ୨୫୦ ଫୁଟରୁ ତଳକୁ ଖସିଲେ ମହିଳା

ଜାକର୍ତା: ଫଟୋ ଉଠାଇବା ନିଶାରେ ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଦୁଃଖୀତ କରିଛି । ନୂତନ ସ୍ଥାନକୁ ଭ୍ରମଣ କରିବାକୁ ଯାଉଥିବା ପର୍ଯ୍ୟଟକ ଏହାର ମଜା ଉଠାଇବା ପରିବର୍ତେ ମୋବାଇଲରେ ଫଟୋ ଉଠାଇ ଏହାର ପ୍ରମାଣ ରଖିବା ନେଇ ମାତି ଯାଇଛନ୍ତି । ବେଳେବେଳେ ଏହାର ପରିଣାମ ଭୟଙ୍କର ଓ ଦୁଃଖଦ ହୋଇଥାଏ । ମିରର ୟୁକେରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନର ୩୧ ବର୍ଷୀୟା ହୁଆଙ୍ଗ ଲିହାଙ୍ଗ ଏକ ଜୀବନ୍ତ ଆଗ୍ନେୟଗିରି ଦେଖିବାକୁ ପତିଙ୍କ ସହ ଯାଇଥିଲେ । ସେଠାରେ ଫଟୋ ଉଠାଇବାର ପାଗଳାମୀ ତାଙ୍କର ଏତେ ବଢ଼ିଗଲା ଯେ, ସମସ୍ତେ ମନା କରିବା ସତ୍ୱେ ପାହଡ ଉପର ଦେଇ ଜ୍ୱାଳାମୁଖୀ ଶୀର୍ଷକୁ ଯିବା ସମୟରେ ଗୋଡ ଖସି ଯାଇଥିଲା ।

ସେ ଆଗ୍ନେୟଗିରି ମଧ୍ୟରେ ପଡି ଯାଇଥିଲେ । ୨ ଘଂଟାର କଠିନ ପରିଶ୍ରମ ପରେ ତାଙ୍କ ଶବକୁ ୨୫୦ ଫୁଟ ତଳୁ ଉଦ୍ଧାର କରାଯାଇଥିଲା । ତାଙ୍କ ପତି ଫଟୋ ଉଠାଉଥିଲେ । ଏହି ଆଗ୍ନେୟଗିରିର ସଂରକ୍ଷଣ ବିଭାଗ ପ୍ରମୁଖ ଦ୍ୱୀ ପୁତ୍ରୋ ସୁର୍ଗିୟାର୍ତୋ ଏହା ଏକ ଦୁଃଖଦ ଘଟଣା ଏବଂ ଅନ୍ୟ ପର୍ଯ୍ୟଟକଙ୍କ ପାଇଁ ସତର୍କର ବାର୍ତା ନେଇ ଆସିଛି । ମାଉଂଟ ଇଜେନ ଉପରେ ଚଢ଼ିବା ବେଳେ ସତର୍କତା ଜରୁରୀ । ତାଙ୍କ ଶବ ଚୀନ ପଠାଯିବା ପୂର୍ବରୁ ବାଲୀ ନିଆଯିବ ।

Leave A Reply

Your email address will not be published.