Latest Odisha News

BREAKING NEWS

ବିମାନବନ୍ଦରରୁ ଉଦ୍ଧାର ହେଲେ ୧୦ଟି ଜୀବନ୍ତ ହଳଦିଆ ଆନାକୋଣ୍ଡା

ବେଙ୍ଗାଲୁରୁ: ଆନ୍ତର୍ଜାତୀୟ ବିମାନବନ୍ଦରରେ ୧୦ଟି ଜୀବନ୍ତ ହଳଦିଆ ଆନାକୋଣ୍ଡାକୁ ଉଦ୍ଧାର କରାଯାଇଛି । ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ଟି ଜୀବନ୍ତ ହଳଦିଆ ଆନାକୋଣ୍ଡା ଚୋରା ଚାଲାଣ ଅଭିଯୋଗରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁ ବିମାନବନ୍ଦରରେ ଜଣେ ବ୍ୟକ୍ତି ତାଙ୍କ ସୁଟକେସରେ ୧୦ ଟି ହଳଦିଆ ଆନାକୋଣ୍ଡା ସହ ଧରାପଡିଥିଲେ । ବେଙ୍ଗାଲୁରୁ କଷ୍ଟମ ବିଭାଗ ଅନୁଯାୟୀ ବ୍ୟକ୍ତି ଜଣକ ନିଜ ଚେକ୍ ଇନ୍ ବ୍ୟାଗରେ ସାପ ଗୁଡିକୁ ଲୁଚାଇ ରଖିଥିଲେ । ସେ ଏପ୍ରିଲ ୨୦ ରେ ଏକ ଥାଇ ଏୟାରଏସିଆ ବିମାନରେ ବ୍ୟାଙ୍କକରୁ କର୍ଣ୍ଣାଟକ ରାଜଧାନୀ ଯାତ୍ରା କରିଥିଲେ।

ବେଙ୍ଗାଲୁରୁ କଷ୍ଟମ ବିଭାଗ କହିଛି ଯେ ବିମାନବନ୍ଦରରେ ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀଙ୍କୁ ଅଟକାଇ ତାଙ୍କ ବ୍ୟାଗ ଖୋଜାଖୋଜି କରାଯାଇଥିଲା। ଖୋଜାଖୋଜି ବେଳେ ତାଙ୍କ ବ୍ୟାଗରୁ ୧୦ ଆନାକୋଣ୍ଡା ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଚାଲିଛି ।  ଆଇନ ଅନୁଯାୟୀ ଭାରତରେ ବନ୍ୟଜନ୍ତୁ କାରବାର ଏବଂ ଚୋରା ଚାଲାଣ ଏକ ବେଆଇନ ଅଟେ। ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ ବନ୍ୟ ବିଭାଗକୁ ଆନାକୋଣ୍ଡା ହସ୍ତାନ୍ତର କରିଥିଲେ। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ୫୬ ବର୍ଷିୟ ଜଣେ କଫି ବ୍ୟବସାୟୀ ବ୍ୟାଙ୍କକର ଜଣେ ସାପ ଚୋରାଚାଲାଣକାରୀ ଠୁ ଏହି ଶିଶୁ ଆନାକୋଣ୍ଡାକୁ ମଗେଇଥିଲେ ।

 

Leave A Reply

Your email address will not be published.