Latest Odisha News

BREAKING NEWS

ରାୟଗଡ଼ାରେ ହସ୍ପିଟାଲ ଛାତରୁ ଡେଇଁ ଜୀବନ ହାରିଲେ ମହିଳା

ରାୟଗଡ଼ା: ହସ୍ପିଟାଲ ଛାତ ଉପରୁ ତଳକୁ ଡେଇଁ ମହିଳାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଘଟଣା ଘଟିଛି । ମେଡିସିନ୍ ଓ୍ୱାର୍ଡର ୩ ମହଲା କୋଠା ଉପରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ୨୮ ବର୍ଷୀୟ ମହିଳା ରଜନୀ ମେଲେକା ଓ ତାଙ୍କ ଘର ତୁମ୍ବିଗୁଡାରେ ବୋଲି ଜଣା ପଡ଼ିଛି ।

ଜ୍ୱର ଯୋଗୁଁ ଗତ ୭ ତାରିଖରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ମେଡିସନ୍ ଓ୍ୱାର୍ଡରେ ଚିକିତ୍ସା ଚାଲିଥିଲା । ଗତକାଲି ରାତିରେ ବାଥରୁମ ଯାଇ ଆଉ ଫେରି ନଥିଲେ ମହିଳା । ଖୋଜାଖୋଜି ପରେ ରକ୍ତାକ୍ତ ଅବସ୍ତାରେ ତିନି ମହଲା ତଳେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

କେମିତି ଓ କେଉଁ ପରିସ୍ଥିତିରେ ସେ ଏଭଳି କାମ କଲେ ସେନେଇ ସ୍ପଷ୍ଟ ସୂଚନା ମିଳିଲାନି । ରୋଗାକ୍ରାନ୍ତ ଯୋଗୁଁ ମାନସିକ ଚାପରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ରାୟଗଡ ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ହସ୍ପିଟାଲ କର୍ମଚାରୀଙ୍କ ଉପସ୍ଥିତ ସତ୍ତ୍ୱେ ଜଣେ ରୋଗୀ କିଭଳି ହସ୍ପିଟାଲ ଛାତ ଉପରକୁ ତାକୁ ନେଇ ଉଠିଛି ପ୍ରଶ୍ନ ।

Leave A Reply

Your email address will not be published.