Latest Odisha News

BREAKING NEWS

ହଠାତ ଅବସର ନେଲେ ବାଂଲାଦେଶର ଏହି ବରିଷ୍ଠ ଅଲରାଉଣ୍ଡର

ଢ଼ାକା: ବାଂଲାଦେଶ କ୍ରିକେଟ ଟିମର ବରିଷ୍ଠ ଅଲରାଉଣ୍ଡର ମହମ୍ମୁଦାଲ୍ଲା ଶନିବାର ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜିମ୍ବାୱେ ବିପକ୍ଷ ହରାରେ ଟେଷ୍ଟ ଅବସରରେ ସେ ଏହି ଘୋଷଣା କରିଛନ୍ତି । ଏହା ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ହେବ ବୋଲି କହିଛନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ ଏବଂ ସାଥୀ ଖେଳାଳିମାନେ ତାଙ୍କର ଏହି ନିଷ୍ପତି ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ଏହି ଟେଷ୍ଟରେ ସେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଟେଷ୍ଟରେ ୧୫୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ ।

ମହମ୍ମୁଦାଲ୍ଲା ୫୦ ଟେଷ୍ଟରେ ୫ ଶତକ, ୧୬ ଅର୍ଦ୍ଧଶତକ ସହାୟତାରେ ୨୯୧୪ ରନ କରିଛନ୍ତି । ସେ ୪୩ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଦିନିକିଆ ଏବଂ ଟି୨୦ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ଏହି ସିନିୟର ଅଲରାଉଣ୍ଡର ଜଣଙ୍କ କହିଛନ୍ତି । ତେବେ ତାଙ୍କର ଏହି ନିଷ୍ପତି ବାଂଲାଦେଶ ବୋର୍ଡ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.