Latest Odisha News

BREAKING NEWS

ପାର୍କରେ ଘାସ କାଟିବାବେଳେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର କୁଞ୍ଜ ଛକ ଠାରେ ଥିବା ସ୍ମାର୍ଟପାର୍କରେ ଅଭାବନୀ୍ୟ ଘଟଣା ଘଟିଛି । ପାର୍କରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଖଦାଳପଡାର ବାସନ୍ତୀ ଦାସ ବୋଲି ଜଣାପଡିଛି । ସବୁ ଦିନ ପରି ଆଜି ସକାଳୁ ମଧ୍ୟ ବାସନ୍ତୀ ପାର୍କକୁ ଘାସ କାଟିବା ପାଇଁ ଆସିଥିଲେ  ।

ମାତ୍ର ଘାସ କାଟିବା ଯନ୍ତ୍ରରେ ଘାସ କାଟିବାବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଏହାଦେଖି ସକାଳୁ ମର୍ଣ୍ଣିଂ ଓ୍ବାକ୍ କରୁଥିବା କିଛି ଲୋକ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ  । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମୃତ ମହିଳାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.