Latest Odisha News

BREAKING NEWS

କାଠଯୋଡ଼ିକୁ ପୁରୁଷ ଓ ମହିଳା ଡେଇଁବା ଘଟଣା: ଉଭୟ ଥାନାରେ ହାଜର

କଟକ: କଟକ କାଠଯୋଡି ନଦୀକୁ ଜଣେ ପୁରୁଷ ଓ ମହିଳା ଡେଇଁ ଆତ୍ମହତ୍ୟା କରିଥିବା ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ। ଉଭୟ ମହିଳା ଓ ପୁରୁଷ ଶନିବାର ସକାଳେ ପୁରୀ ଘାଟ ଥାନାରେ ହାଜର ହୋଇଛନ୍ତି।

ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ।

ସେମାନେ ହେଲେ ଶତ୍ରୁଘ୍ନ ଲେଙ୍କା ଓ ବର୍ଷା ଲେଙ୍କା। ତେବେ ଦୁହେଁ ସଂପର୍କରେ ଶଳା ଭାଉଜ ଓ ନଣନ୍ଦେଇ ବୋଲି ଜଣାପଡିଛି।

ଶୁକ୍ରବାର ରାତିରେ ଶତ୍ରୁଘ୍ନ ଓ ବର୍ଷା ତ୍ରିଶୁଳିଆର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବ୍ରିଜରୁ ନଦୀକୁ ଡେଇଁ ପଡିଥିବା ଅଭିଯୋଗ ହୋଇଥିଲା।ବ୍ରିଜ ଉପରୁ ଆଧାରକାର୍ଡ ଓ ମୋବାଇଲ ଜବତ ହୋଇଥିଲା।

Comments are closed.