Latest Odisha News

ସ୍ତ୍ରୀର ତଣ୍ଟି କାଟି ଦେଲା ସ୍ୱାମୀ

ଖୋର୍ଦ୍ଧା: ସ୍ୱାମୀ ସାଜିଲା ସୈତାନ୍ । ସ୍ତ୍ରୀର ତଣ୍ଟି କାଟିଦେଲା । ଶ୍ୱଶୂର ଘରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ୱାମୀ । ଏହାପରେ ଚମ୍ପଟ ମାରିଛି । ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ଇନ୍ଦିରା ପ୍ରିୟଦର୍ଶୀ ପ୍ରଧାନ । ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ପ୍ରଧାନ ହତ୍ୟାକାଣ୍ଡ ଘଟାଇ ଫେରାର୍ ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ଇନ୍ଦିରା ଓ କାର୍ତ୍ତିକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେଉଥିଲା । କାର୍ତ୍ତିକ ସ୍ତ୍ରୀଙ୍କୁ ବହୁ ନିର୍ଯାତନା ଦେଉଥିଲେ । କିଛି ଦିନ ହେବ ଇନ୍ଦିରା ନିଜ ବାପାଙ୍କ ଘରେ ରହୁଥିଲେ । କାର୍ତ୍ତିକ ବି ସେଠାରେ କିଛି ଦିନ ହେବ ରହୁଥିଲେ । ଗତକାଲି ରାତିରେ ଇନ୍ଦିରାଙ୍କ ମୃତ୍ୟୁ ପରେ ସ୍ୱାମୀ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପୋଲିସ ଘଟଣାର ତଦନ୍ତ କରୁଛି । ଫେରାର୍ କାର୍ତ୍ତିକଙ୍କୁ ଖୋଜୁଛି ପୋଲିସ ।

Leave A Reply

Your email address will not be published.