Latest Odisha News

BREAKING NEWS

କଟକରେ ‘ସାଇକୋ କିଲର୍’ ଆତଙ୍କ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏହା ‘ସାଇକୋ କିଲର୍’ର କାମ ହୋଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଉଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ କଟକ ଯୋବ୍ରା ଅଞ୍ଚଳ ମଲା ସାହିରେ ଜଣେ ମହିଳା ଘର ବାହାରେ କିଛି କାମ କରୁଥିବାବେଳେ କେହି ବ୍ୟକ୍ତି ହଠାତ୍ ତାଙ୍କ ବେକରେ ଛୁରାମାଡ କରି ଦୌଡି ପଳାଇଯାଇଥିଲା ।

ପରବର୍ତ୍ତୀ ସମୟରେ ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ସେ ଅଭିଯୁକ୍ତ ଜଣକ କିଏ ଓ କାହିଁକି ନିରାଶ୍ରୟମାନଙ୍କୁ ଟାର୍ଗେଟ କରୁଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନଥିବା ବେଳେ କେହିକେହି ତାକୁ ‘ଷ୍ଟୋନମ୍ୟାନ୍’ ଅବା ‘ସାଇକୋ କିଲର୍’ ମଧ୍ୟ କହୁଛନ୍ତି ।

Leave A Reply

Your email address will not be published.