Latest Odisha News

BREAKING NEWS

ଗିରଫ ହେଲା କଟକରେ ଆତଙ୍କ ଖେଳାଇଥିବା ‘ସିରିଏଲ୍ କିଲର୍’ !

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ୩ଜଣ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିବା ଘଟଣାର ୬ ଦିନ ପରେ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତ, ଗଞ୍ଜାମର ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିିରଫ କରାଯାଇଛି । ତେବେ ସେ ସାଇକୋ କିଲର୍ କି ନୁହେଁ, ସେନେଇ ସ୍ପଷ୍ଟ ହୋଇପାରି ନାହିଁ । “କଟକରେ ୩ ଜଣକୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା । ପରେ ପୋଲିସ ସମ୍ପକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି” ।

ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିବା ବେଳେ ଅଭିଯୁକ୍ତ ଜଣକ ଭୋର୍ ୪ଟାରୁ ସାଢେ ୪ଟା ମଧ୍ୟରେ ହତ୍ୟାକାଣ୍ଡ ଭିଆଇଥିବା ନେଇ ସୂଚନା ମିଳିଥିଲା ।

ଅପରପକ୍ଷରେ ସମସ୍ତ ହତ୍ୟାକାଣ୍ଡ ଜଣେ ବ୍ୟକ୍ତି କରୁଥିବା ନେଇ ଭୁବନେଶ୍ୱରସ୍ଥିତ ଫରେନସିକ୍ ଟିମ୍ ସ୍ପଷ୍ଟ କରିଥିଲା।

Leave A Reply

Your email address will not be published.