Latest Odisha News

BREAKING NEWS

ରାଜଧାନୀରେ କାରରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ସାମନ୍ତରାପୁର ଅନ୍ତର୍ଗତ ଶ୍ରୀରାମ ନଗର ନିକଟ ରାସ୍ତାକଡରେ ଥିବା ଏକ କାର ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ଲୋକମାନେ ରାସ୍ଥାକଡରେ ଠିଆହୋଇଥିବା ଏକ ଟୋୟୋଟା ଇନୋଭା ( ଓଆର-୦୨ଏମ-୨୬୦୦) ନଂ ବିଶିଷ୍ଟ ଏକ କାର ଭିତରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖି ସ୍ଥାନୀୟ ଲିଙ୍ଗରାଜ ପୋଲିସକୁ ଖବର ଦେଇଥିଲେ ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସଙ୍ଗେସଙ୍ଗେ ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି । ଏଥିସହିତ ଉକ୍ତ ଗାଡିର ମାଲିକଙ୍କୁ ଚିହ୍ନଟ କରାଯାଇ ପାରିଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଆହୁରି ମଧ୍ୟ କାରର ସମ୍ମୁଖ ଭାଗ ଭାଙ୍ଗିଯାଇଥିବାବେଳେ କାରକୁ କୌଣସି ଗାଡି ଧକ୍କା ଦେଇଛି କିମ୍ବା ମହିଳା ଜଣଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଥିବା ଜଣାପଡିଛି ।

ତେବେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବାବେଳେ ଘଟଣା ସମ୍ପର୍କରେ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛିନ୍ତି ଯେ “ସମ୍ପୃକ୍ତ ଗାଡି ପାର୍କିଂ ହୋଇଥିବା ସ୍ଥାନରେ ରହିଥିବା ‘ସୋ ରୁମ’ ଓ କିଛି ଘରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କଲାପରେ ଯାଇ ଘଟଣାର ସତ୍ୟତା ସମ୍ପର୍କରେ ଜଣାପଡିବ” ।

Leave A Reply

Your email address will not be published.