Latest Odisha News

BREAKING NEWS

ଭୁବନେଶ୍ୱର: ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଆଜି ସକାଳେ ମଞ୍ଚେଶ୍ୱର ଥାନା ନିକଟବର୍ତ୍ତି ଏକ ହୋଟେଲରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ଯୁବତୀଙ୍କ ନାମ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ବୋଲି ଜଣାପଡିଛି ।

ପୋଲିସ ସୂଚନା ଅନୁଯାୟୀ ନିଜକୁ ସ୍ୱାମୀ ଓ ସ୍ତ୍ରୀ ପରିଚୟ ଦେଇ ଉକ୍ତ ଯୁବତୀଙ୍କ ସହ ତାଙ୍କ ପୁରୁଷ ବନ୍ଧୁ ଏହି ହୋଟେଲରେ ରହୁଥିଲେ । ମାତ୍ର ହତ୍ୟାକାଣ୍ଡ ପରଠାରୁ ଉକ୍ତ ଯୁବକଙ୍କ କୌଣସି ଖୋଜଖବର ନଥିବାବେଳେ ରୁମ୍ ଭିତରୁ ଏକ ଫେକ୍ ଆଧାର କାର୍ଡ ମଳିଛି । ସେଥିରେ ଯୁବକଙ୍କ ନାମ ଆଦିତ୍ୟ ମହାପାତ୍ର ବୋଲି ଉଲ୍ଲେଖ ରହିଛି ।

ସୂଚନା ଅନୁଯାୟୀ କୌଣସି କାରଣରୁ ହୋଟେଲ କର୍ମଚାରୀଙ୍କୁ ସନ୍ଦେହ ହେବାରୁ ସେମାନେ ଉକ୍ତ ରୁମ୍ ପାଖକୁ ଯାଇଥିଲେ । ସେଠାରେ ରକ୍ତ ଛିଟା ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ପହଞ୍ଚି କବାଟ ଖୋଲିବାରୁ ଭିତରେ ଲକ୍ଷ୍ମୀପ୍ରିୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା ।

ତେବେ ସଂପୃକ୍ତ ଯୁବକ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଛୁରୀ ଭୁସି ହତ୍ୟା କରିଥିବାନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି । ଏଥିସହିତ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚକରି ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.