Latest Odisha News

BREAKING NEWS

ଓଭରବ୍ରିଜ ବିଦ୍ୟୁତସ୍ପର୍ଶ ଜନିତ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ରୋଡ଼ରେ ନବନିର୍ମିତ ପୋଖରୀପୁଟ ଓଭରବ୍ରିଜକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ତେବେ ଏହି ଏଠାରେ ଡ଼େକୋରେସନ ଲାଗି ବନ୍ଧାଯାଇଥିବା ବିଦ୍ୟୁତ ତାର ସ୍ପର୍ଶରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତି ପୂରଣ ରାଶି ଘୋଷଣା କରିଛନ୍ତି ।

ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଲେ ସୀମାଞ୍ଚଳ ପଣ୍ଡା ଏବଂ ସେ ଗଞ୍ଜାମ ଜିଲ୍ଲାର ବାସିନ୍ଦା, ସେ ନିଜ ପରିବାର ସହିତ ସୁନ୍ଦରପଦା ଗ୍ରାମରେ ରହୁଥିଲେ ।

ବ୍ରିଜ ଉପରେ ଥିବା ଖୁଣ୍ଟରେ ଡ଼େକୋରେସନ ଲାଗି ବନ୍ଧାଯାଇଥିବା ବେଲୁନ୍ ତାଙ୍କ ପିଲାମାନଙ୍କ ଲାଗି କାଢୁଥିବା ବେଳେ ସଜାଯାଇଥିବା ଲିଚୁ ଲାଇଟ୍ ତାର ସ୍ପର୍ଶରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।

ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ତାଙ୍କୁ କ୍ୟାପିଟାଲ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡ଼ିଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ପୋଖରୀପୁଟର ଏହି ଓଭରବ୍ରିଜର ନିର୍ମାଣ କାର୍ଯ୍ୟ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା । ତେବେ କୌଣସି କାରଣରୁ ନିର୍ମାଣକାର୍ଯ୍ୟରେ ବିଳମ୍ବ ଘଟି ଗତ ସପ୍ତାହକ ପୂର୍ବରୁ ନିର୍ମାଣ ଶେଷ ହୋଇଥିଲା । ସୂତ୍ରରୁ ଜଣାପଡ଼ିଛି, ୬୫୩ ମିଟର ଲମ୍ବ ବିଶିଷ୍ଟ ଏହି ଓଭରବ୍ରିଜଟି ୩୨.୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

Leave A Reply

Your email address will not be published.