Latest Odisha News

BREAKING NEWS

ବିବାହ ପରେ ବୃଦ୍ଧି ପାଇଛି ପରକିୟା ପ୍ରୀତି ସମସ୍ୟା, ଅଧିକାଂଶ ଧୋକା ଦେଉଛନ୍ତି ମହିଳା

ଓଡିଶା ସମ୍ବାଦ ବ୍ୟୁରୋ: ଡେଟିଂ ଆପ୍ ଆସିବା ଦିନଠାରୁ ଲୋକେ ପରକିୟା ପ୍ରୀତି ପ୍ରତି ବହୁତ ଆଗ୍ରହୀ ହେଉଛନ୍ତି। ପରକିୟା ପ୍ରୀତିକୁ ଭାରତରେ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କୋଭିଡ ସମୟରେ ଲକଡାଉନ ହେବା ପରେ ଡେଟିଂ ଆପର ଚାହିଦା ଅନେକ ମାତ୍ରାରେ ବଢିଯାଇଛି। ତେବେ ଏକ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ପୁରୁଷ ଅପେକ୍ଷା ମହିଳାମାନେ ଅଧିକ ନିଜ ଜୀବନସାଥିଙ୍କୁ ଧୋକା ଦେଇଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ଡେଟିଂ ଆପ୍ସର ଡାଉନଲୋଡ୍ ହାର ଦ୍ୱିଗୁଣିତ ବୃଦ୍ଧି ପାଇଛି। ଡେଟିଂ ଆପ୍ ବ୍ୟବହାର କରିବାର କାରଣ ହେଉଛି ବିବାହ ପରେ ଉଭୟଙ୍କ ମଧ୍ୟରେ ଦୂରତା ବଢିଯିବା, ଉଭୟ ଏକାଠି ରହୁଥିଲେ ମଧ୍ୟ ଏକୁଟିଆ ଅନୁଭବ କରନ୍ତି। ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୫୫ ପ୍ରତିଶତ ବ୍ୟକ୍ତି ନିଜ ସାଥୀଙ୍କୁ ପ୍ରେମରେ ପ୍ରତାରଣା ଦେଇଛନ୍ତି।

ଅନେକ ଲୋକ କେବଳ ଡେଟିଂକୁ ଶାରୀରିକ ସମ୍ପର୍କ ବୋଲି ମନେ କରନ୍ତି। କିନ୍ତୁ ଏହା ଭାବିବା ଭୁଲ। ଡେଟିଂ ହେଉଛି ଏପରି ଏକ ସମ୍ପର୍କ ଯାହା ପ୍ରେମ ସମ୍ପର୍କ ବଢାଇଥାଏ। ଉଭୟ ଉଭୟଙ୍କ ସହ ସମୟ ବିତାଇଥାନ୍ତି। ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତି। ଏହା ପରେ ହିଁ ସେମାନେ ନିଷ୍ପତ୍ତି ନେବାକୁ ସକ୍ଷମ ହୁଅନ୍ତି କି ସେମାନେ ତାଙ୍କ ସମ୍ପର୍କକୁ କେତେଦୂର ବଢାଇବେ। ଏହାକୁ କାଜୁଆଲ୍ ଡେଟିଂ ମଧ୍ୟ କୁହନ୍ତି। ରିପୋର୍ଟ ମୁତାବକ ପରକିୟା ପ୍ରୀତି ପାଇଁ ୫୪ ପ୍ରତିଶତ ପୁରୁଷ ନିଜ ଜୀବନସାଥୀଙ୍କୁ ଧୋକା ଦେଇଥିବା ବେଳେ ୫୬ ପ୍ରତିଶତ ମହିଳା ନିଜ ସ୍ୱାମୀଙ୍କୁ ଧୋକା ଦେଇଛନ୍ତି।

ଯଦି କୌଣସି ବିବାହିତ ଦମ୍ପତିଙ୍କର ଅନ୍ୟ କୌଣସି ପୁରୁଷ କିମ୍ବା ମହିଳାଙ୍କ ସହ ସମ୍ପର୍କ ଥାଏ, ତେବେ ଏହାକୁ ଅନୈତିକ ସମ୍ପର୍କ ବା ପରକିୟା ପ୍ରୀତି କୁହାଯାଏ। ସୂଚନାଯୋଗ୍ୟ ଯେ ୨୦୧୮ ମସିହା ପୂର୍ବରୁ ଏପରି କରିବା ଦେଶରେ ଏକ ଅପରାଧ ଥିଲା। ଏପରି କରିବା ପାଇଁ, ମହିଳା କିମ୍ବା ପୁରୁଷଙ୍କୁ ଆଇପିସିର ଧାରା ୪୯୭ ଅନୁଯାୟୀ ଜରିମାନା କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଉଥିଲା। କିନ୍ତୁ ୨୦୧୮ ରେ ସୁପ୍ରିମକୋର୍ଟ ଏହି ୧୫୦ ବର୍ଷ ପୁରୁଣା ଆଇନକୁ ଖଣ୍ଡନ କରିଛନ୍ତି। ଏହି ନିୟମ ରଦ୍ଦ ହେବା ପରେ ପରକିୟା ପ୍ରୀତି ବା ଡେଟିଂ କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।

Comments are closed.