ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଇଂଲଣ୍ଡରେ ବର୍ମିଂହାମରେ ଆୟୋଜିତ ହେବ । ୨୪ ବର୍ଷ ପରେ କ୍ରିକେଟ ଏହି ପ୍ରତିଯୋଗିତାକୁ ଫେରିଛି । ୮ଟି ମହିଳା ଟିମ ଏଥିରେ ଅଂଶଗ୍ରହଣ କରିବେ । ୨୯ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ବ୍ରୋଞ୍ଜ ଏବଂ ସ୍ୱର୍ଣ୍ଣ ପଦକ ମୁକାବିଲା ଅଗଷ୍ଟ ୭ରେ ଆୟୋଜିତ ହେବ ।
ଅଷ୍ଟ୍ରେଲିଆ, ବାର୍ବାଡୋସ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଏବଂ ଶ୍ରୀଲଙ୍କା ଟିମ ଅଂଶଗ୍ରହଣ କରିବେ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୯୯୮ରେ ଶେଷ ଥର ପାଇଁ କ୍ରିକେଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳା ଯାଇଥିଲା ।
Comments are closed.