ଭିଲାଇ: ପୁନର୍ବାର ମହିଳା ଶକ୍ତି ଅସମ୍ଭବ ବୋଲି କିଛି ଶବ୍ଦ ନାହିଁ ପ୍ରମାଣିତ କରିପାରିଛନ୍ତି । ଏଠାରେ ଥିବା ଜଙ୍ଗଲମୟ ପରିବେଶରେ ପାହାଡ ଉପରେ ରହିଛି ମାଆ ଶୀତଳାଙ୍କ ମନ୍ଦିର । ମୂଖ୍ୟ ରାସ୍ତାଠାରୁ ଏହା ୩କିଲୋମିଟର ଦୂରରେ ଅବସ୍ଥିତ । ଭଲ ରାସ୍ତା ନ ଥିବାରୁ ଭକ୍ତମାନେ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏ ନେଇ ବାରମ୍ବାର ଦୁର୍ଘଟଣା ଘଟିଥାଏ ।
ଶେଷରେ ହିତପଠାର ଗ୍ରାମର ୧୫୯ ପରିବାରର ମହିଳାମାନେ ଏକତ୍ର ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । କଠିନ ପରିଶ୍ରମ ପରେ ସେମାନେ ଏଥିରେ ସଫଳ ହେଲେ । ଏବେ ସାଇକେଲ, ଗାଡି ସବୁ କିଛି ଏହି ରାସ୍ତାରେ ଯାଇପାରୁଛି । ଗ୍ରାମର ପୁରୁଷମାନେ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏବେ ସେମାନେ ଗ୍ରାମବାସୀଙ୍କ ଚାଷ କାର୍ଯ୍ୟରେ ପାଣି ଯେପରି ବାଧକ ନ ସାଜିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି ।
Comments are closed.