Latest Odisha News

BREAKING NEWS

ଗଣିତର ଖେଳ : ତ୍ରିଭୂଜର ତିନି କୋଣ୧୮୦ଂ

ତ୍ରିଭୂଜର ୩କୋଣର ସମଷ୍ଟି ୧୮୦ଂ । ଏହାକୁ ଆମେ ପ୍ରମାଣ କରିବା । ତେବେ ଏଥିପାଇଁ ସ୍କେଲ, ପେନସିଲ, କମ୍ପାସ କି କୋଣମାପକ ଦରକାର ନାହିଁ ।

ଖଣ୍ଡିଏ କାଗଜରୁ ତ୍ରିଭୂଜଟିଏ କାଟ । ଏହାର ଚିତ୍ରରେ ଦେଖା ଯାଇଥିବା ଭଳି ଉପର କୋଣକୁୁ ଭାଙ୍ଗି ତଳ ଧାର ଉପରେ ପକାଅ । ଏହା ଯେଉଁଠି ଛୁଇଁଲା ସେଠି ଦାଗ ଦିଅ ।

ଏବେ ସେହି ଦାଗ ଯାଏଁ ଚିତ୍ରରେ ଦେଖାଯାଇଥିବା ଭଳି ଡାହାଣ ଏବଂ ବାମ କୋଣକୁ ତଳ ଧାର ଉପରକୁ ଭାଙ୍ଗି ଦିଅ ।

ଗୋଟିଏ ବିନ୍ଦୁ ୩କୋଣ ଯାକ ଏକାଠି ହେଉଛନ୍ତି ଆଉ ସମସ୍ତେ ଗୋଟିଏ ସରଳରେଖା ଉପରେ ରହଛନ୍ତି । ତେଣୁ ତ୍ରିଭୂଜର ତିନି କୋଣର ସମଷ୍ଟି ୧୮୦ଂ ।

୩ଖଣ୍ଡ କରି ମିଶାଅ

ତ୍ରିଭୂଜର ତିନି କୋଣର ସମଷ୍ଟି କେତେ ତାହା ପ୍ରମାଣ କରିବା ପାଇଁ ଆଉ ଗୋଟିଏ ବାଟ ବି ରହିଛି । କାଗଜରୁ ତ୍ରିଭୂଜଟିଏ କାଟ । ଏହାକୁ ୩ଖଣ୍ଡ କରିଦିଅ । ଏବେ ୩କୋଣକୁ ପାଖାପାଖି ଲଗାଇ ରଖ । ଦେଖିବ ତିନିଟି ଯାକ କୋଣ ମିଶି ଗୋଟିଏ ସରଳରେଖା ଉପରେ ରହୁଛନ୍ତି । ତେଣୁ ତିନି କୋଣର ସମଷ୍ଟି ୧୮୦ଂ ହେବ ।

Leave A Reply

Your email address will not be published.