Latest Odisha News

BREAKING NEWS

ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ ଆବଶ୍ଯକ: ଦିଲ୍ଲୀ ହାଇକୋର୍ଟ ମୁଖ୍ଯ ବିଚାରପତି

ନୂଆଦିଲ୍ଲୀ: ମହିଳାମାନଙ୍କୁ ପୂଜା ଅପେକ୍ଷା ଅଧିକ ସମ୍ମାନ ଆବଶ୍ୟକ। ସେମାନଙ୍କୁ ସମ୍ମାନ ଦିଆଯିବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ କହିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଦେବତାମାନେ ବାସ କରନ୍ତି। ଆମକୁ ମାନସିକତାରେ ପରିବର୍ତ୍ତନ କରିବାକୁ ପଡିବ। କାରଣ ଲିଙ୍ଗଗତ ସମାନତା ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି।

ମଙ୍ଗଳବାର ଦିନ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଉପାଧ୍ୟାୟ ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତି ଆହୁରି ମଧ୍ଯ କହିଛନ୍ତି ଯେ ଆଜି ବି ସମାଜରେ ମହିଳାଙ୍କୁ ପୂର୍ଣ୍ଣ ସମ୍ମାନ ଏବଂ ସମାନତା ମିଳିନାହିଁ। ଆମକୁ ପରିବର୍ତ୍ତନ ଆଣିବାକୁ ପଡିବ। ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି କେ.ଭି. ବିଶ୍ୱନାଥନ ଏବଂ ଦିଲ୍ଲୀ ହାଇକୋର୍ଟର ଅନେକ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ।

ତେବେ ଏହି କାର୍ଯ୍ୟକ୍ରମରେ ଆଇନ ସେବାରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ମହିଳା ଆଇନଜୀବୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

 

Comments are closed.