ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଆଜି ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ମହିଳାମାନେ ରାତି ଡ୍ୟୁଟି କରିପାରିବେ ନାହିଁ । ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଡ୍ୟୁଟିରେ ନିୟୋଜିତ କରିବାକୁ ହେଲେ ଲିଖିତ ଭାବେ ଜଣାଇବାକୁ ପଡିବ । ଯଦି କୌଣସି ମହିଳା ରାତିରେ କାମ କରିବାକୁ ମନା କରେ ତାହାହେଲେ ତାଙ୍କୁ କୌଣସି ସଂସ୍ଥା ଚାକିରୀରୁ ବାହାର କରିପାରିବେ ନାହିଁ । ନିୟମର ଖିଲାପ ହେଲେ ଜରିମାନଠାରୁ ଆରମ୍ଭ କରି ଜେଲଦଣ୍ଡାଦେଶ ଦିଆଯିବ ।
ବାଧ୍ୟତାମୂଳକ ଭାବେ ରାତିରେ ଡ୍ୟୁଟି କରାଇଲେ କେତେଗୁଡିଏ ନିୟମ ମାନିବାକୁ ପଡିବ । ଯେପରି ଫ୍ରି କ୍ୟାବ, ଅତି କମରେ ୪ ମହିଳା ଥିବେ, ଭୋଜନ ବ୍ୟବସ୍ଥା, ଶୌଚାଳୟ, ଚେଜିଂରୁମର ବ୍ୟବସ୍ଥା । ସରକାରଙ୍କ ଏହି ନିଷ୍ପତି ପରେ ୫ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ । ବିଭିନ୍ନ ମହଲରେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।
Comments are closed.