Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସେବାୟତ ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ : ବିଭିନ୍ନ ସ୍ଥାନରେ ଚଢ଼ାଉ, ୪ ବନ୍ଧୁକ ଜବତ ସହ ୭ ଗିରଫ

ପୁରୀ : ସେବାୟତ ଶିବରାମ ପାତ୍ର ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ  । ହତ୍ୟାକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର  ସହିତ ୪ଟି ବନ୍ଧୁକ ଜବତ କରିଛି ପୁଲିସ । ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସମିଟରରେ ସୂଚନା ଦେଇଛନ୍ତି ପୁରୀ ଏସପି । ପୁରୀ ସଦର ଥାନା , ଟାଉନ ଥାନା ଓ ବଳିଆ ପଣ୍ଡା ଥାନା ଅଞ୍ଚଳ ପୋଲିସ ପକ୍ଷରୁ ଡ୍ରାଇଭ କରାଯାଇ ବନ୍ଧୁକ ସମେତ ଏହାର କାରବାର କରୁଥିବା ଵ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

BjdElectrycity

ଚଳିତ ବର୍ଷ ବିଭିନ୍ନ ଘଟଣା କ୍ରମକୁ ନେଇ ମୋଟ ୧୬ଟି ବନ୍ଧୁକ ଜବତ ହୋଇଛି । ପୁରୀରେ ଚୋରା ବନ୍ଧୁକ କାରବାର ଉପରେ ରୋକ ଲଗାଇବା ପାଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ କରାଯାଇ ଚଢ଼ାଉ ଜାରି ରହିଛି । ତେବେ ପୁରୀ କୁ କେଉଁ ଠାରୁ ବନ୍ଧୁକ ଆଶୁଚି ଏବଂ ଏହାର ମୁଖ୍ୟ କିଙ୍ଗପିନ କିଏ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।

ପୁରୀ ପୋଲିସ ପକ୍ଷରୁ ଜାରି ଫୋନ ନମ୍ବରରେ ଲୋକ ମାନେ ଏ ନେଇ ଖବର ଦେବାକୁ ପୁରୀ ଏସପି ଅପିଲ କରିଛନ୍ତି । ତେବେ ପୁରୀ କୁ ଅପରାଧ ମୁକ୍ତ ପାଇଁପୁରୀ ପୋଲିସ ପକ୍ଷରୁ ସବୁବେଳେ ଉଦ୍ୟମ ରହିଥିବା ପୁରୀ ଏସପି କହିଛନ୍ତି ।

ଏଥିସହ ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ପାଇଁ ଆହୁରି ଚଢ଼ାଉ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ପୁରୀ ଏସପି ।

Leave A Reply

Your email address will not be published.