ନୂଆଦିଲ୍ଲୀ: ମହିଳା ବିଲ କାହାର ? ବିଲ ପାସ ହେଲେ କାହା ମୁଣ୍ଡରେ ବନ୍ଧାଯିବ ମୁକୁଟ ? ବିଲ ପାସ ହୋଇନି, ହେଲେ ଆରମ୍ଭ ହୋଇଗଲାଣି ଶ୍ରେୟ ଯୁଦ୍ଧ । ଏ ଯୁଦ୍ଧରେ ମୁହାଁମୁହିଁ କଂଗ୍ରେସ-ଟିଏମସି-ବିଜେଡି । ସମସ୍ତେ କହୁଛନ୍ତି ଏ ବିଲ ଆମର । ଆଉ ସମସ୍ତଙ୍କୁ ଚୁପ କରାଇ ବିଜେପି କହୁଛି ବିଲର ସବୁ ଶ୍ରେୟ ତା’ର ।
ମହିଳା ସଂରକ୍ଷଣ ବିଲକୁ ନେଇ ବୁଧବାର ପାର୍ଲାମେଣ୍ଟରେ ଆରମ୍ଭ ହାଇଛି ବିତର୍କ । ସୋନିଆ କହୁଛନ୍ତି ସବୁ କ୍ରେଡିଟ ମୋ ସ୍ୱାମୀଙ୍କର । ସୋନିଆଙ୍କ ସ୍ୱରକୁ ନେଇ କଂଗ୍ରେସ କହୁଛି ଏ ବିଲ କଂଗ୍ରେସର । ଏପଟେ ବିଜେଡି କହୁଛି ଏ ମହିଳା ସଂରକ୍ଷଣ ସ୍ୱର ଓଡ଼ିଶା ମାଟିର । ଏହାର ମଙ୍ଗ ଧରିଛନ୍ତି ଆମ ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ତୃଣମୂଳ କଂଗ୍ରେସ ଏ ବିଲକୁ ତାଙ୍କର ବୋଲି ଦାବି କରୁଛନ୍ତି । ଟିଏମସି କହୁଛି ମମତା ବାନାର୍ଜୀ ହେଉଛନ୍ତି ‘ମଦର ଅଫ ଦିସ ବିଲ’ । ସେପଟେ ବିଜେପି ତାର ବାକ୍ୟବାଣରେ ସମସ୍ତଙ୍କ କଥାକୁ କାଟି ନିଜେ ଶ୍ରେୟ ନେବାକୁ ଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଅନେକ ଥର ପାର୍ଲାମେଣ୍ଟରେ ଏ ବିଲ ଆସିଛି । ହେଲେ ତାଙ୍କ ଦ୍ୱାରା ଏହାକୁ ଅନୁମୋଦନ କରାଇବା ଭଗବାନଙ୍କ ଇଚ୍ଛା ।
ଏହି ଅବସରରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କହିଛନ୍ତି, ପଶ୍ଚିମବଙ୍ଗ ମଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ମଦର ଅଫ ଦିସ ବିଲ । ସେ କହିଛନ୍ତି, ମମତା ବାନାର୍ଜୀ ଅନେକ ପୂର୍ବରୁ ଲୋକସଭାରେ ମହିଳାଙ୍କୁ ପର୍ଯ୍ୟାପ୍ତ ଜାଗା ଦେବା ପାଇଁ ଦାବି କରୁଥିଲେ । ସାଂସଦ ମହୁଆ ତୁରନ୍ତ ଏହାକୁ ଆଇନରେ ପରିଣତ କରିବାକୁ ଦାବି କରିବା ସହ କହିଛନ୍ତି , ମହିଳାଙ୍କୁ ସମାନ ସୁଯୋଗ ମିଳିବା ଦରକାର । ତେବେ ମୋର ଗର୍ବ କରିବାର କଥା ଯେ, ମୁଁ ଏମିତି ଏକ ଦଳ ସହ ଜଡିତ ଯେଉଁଠୁ ସଂସଦରେ ପହଞ୍ଚିଥିବା ସଦସ୍ୟଙ୍କ ମଧ୍ୟରେ ୩୭ ପ୍ରତିଶତ ମହିଳା । କିନ୍ତୁ ଦୁଃଖର କଥା ଯେ, ଲୋକସଭାରେ ମହିଳା ସଂଖ୍ୟା ମାତ୍ର ୧୫ ପ୍ରତିଶତ । ମହୁଆ ଆହୁରି କହିଥିଲେ, ସଂସଦରେ ଦଳିତ ଏବଂ ମୁସଲମାନ ମହିଳାଙ୍କ ସଂଖ୍ୟା ମଧ୍ୟ ଲଗାତାର କମ ହୋଇ ଯାଉଛି । ସେ କହିଥିଲେ, ୧୭ତମ ଲୋକସଭାରେ ମାତ୍ର ୨ ଜଣ ମୁସଲିମ ମହିଳା ଅଛନ୍ତି ଏବଂ ସେମାନେ ପଶ୍ଚିମବଙ୍ଗର ତଥା ଟିଏମସିର ।
ସେପଟେ ସୋନିଆ ଗାନ୍ଧି ଆଜି ସଂସଦରେ ନିଜ ଅଭିଭାଷଣ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ଏହା ମୋ ଜୀବନର ଏକ ମାର୍ମିକ ସମୟ । ମ୍ୟୁନିସିପାଲ ନିର୍ବାଚନରେ ମହିଳାଙ୍କ ସହଭାଗିତା ସୁନିଶ୍ଚିତ କରିବା ବିଲ ମୋ ଜୀବନସାଥୀ ରାଜୀବ ଗାନ୍ଧୀ ଆଣିଥିଲେ । ପରେ ନରସିଂହ ରାଓ ସରାକାରରେ କଂଗ୍ରେସ ଏହି ବିଲ ଅନୁମୋଦନ କରିଥିଲା । ଆଉ ଆଜି ତାହାର ଫଳ ସ୍ୱରୂପ ସାରା ଦେଶରେ ନଗରପାଳିକା ନିର୍ବାଚନରେ ୧୫ ଲକ୍ଷ ମହିଳା ନେତା ଅଛନ୍ତି । ତେଣୁ ସୋନିଆ ଏହି ବିଲର ଶ୍ରେୟ ରାଜୀବ ଗାନ୍ଧୀଙ୍କୁ ଦେଇ କହିଛନ୍ତି, ତାଙ୍କର ସ୍ୱପ୍ନ ଅଧା ପୂରଣ ହୋଇଛି । ଏହି ବିଲ ପାସ ହେଲେ ପୁରା ସ୍ୱପ୍ନ ପୂରଣ ହେବ ।
ସେପଟେ ସମତା ପାର୍ଟିର ସାଂସଦ ଡିମ୍ପଲ ଯାଦବ କହିଛନ୍ତି, ତାଙ୍କ ପାର୍ଟି ସବୁବେଳେ ଦାବି କରି ଆସୁଛି ଯେ ପଛୁଆ ବର୍ଗ ମହିଳା ତଥା ଅଳ୍ପ ସଂଖ୍ୟକ ମହିଳାଙ୍କୁ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସାମିଳ କରାଯାଉ ଏବଂ ତାଙ୍କୁ ସଂରକ୍ଷଣ ଦଆଯାଉ । ଏହି ବିଲ ଲୋକସଭା ଏବଂ ବିଧାନସଭାରେ ତ ଲାଗୁ ହେବ । ହେଲେ ରାଜ୍ୟ ସଭା ଏବଂ ବିଧାନ ପରିଷଦରେ ଲାଗୁ ହେବ ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଆସନ୍ତା ନିର୍ବାଚନରେ ଏହା ଲାଗୁ ହେବ କି ନାହିଁ ? ଏବଂ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ନିୟମ ଲାଗୁ ହେବ କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଜେଡି କହିଛି ଏହି ସରକ୍ଷଣ ପ୍ରକ୍ରିୟା ଓଡ଼ିଶା ମାଟିରୁ ଆରମ୍ଭ ହୋଇଛି । ନୀବନ ପଟ୍ଟନାୟକ ପ୍ରଥମତଃ ଏକ ବିଲ ଆଗତ କରି ପୌର ଓ ପଞ୍ଚାୟତରେ ମହିଳାଙ୍କ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହାପରେ ୨୦୧୮ ମସିହା ନଭେମ୍ବର ୨୧ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ । ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ଆଗତ ଏହି ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୩୩ ପ୍ରତିଶତ ଆସନରେ ଅର୍ଥାତ ୭ଟି ଆସନରେ ବିଜୁ ଜନତା ଦଳ ମହିଳା ପ୍ରାର୍ଥୀ ଦେବ । ଦଳୀୟ ଟିକେଟ ପ୍ରଦାନ ବେଳେ ସେୟା ହିଁ ହେଲା ।
ସେପଟେ ସମତା ପାର୍ଟିର ସାଂସଦ ଡିମ୍ପଲ ଯାଦବ କହିଛନ୍ତି, ତାଙ୍କ ପାର୍ଟି ସବୁବେଳେ ଦାବି କରି ଆସୁଛି ଯେ ପଛୁଆ ବର୍ଗ ମହିଳା ତଥା ଅଳ୍ପ ସଂଖ୍ୟକ ମହିଳାଙ୍କୁ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସାମିଳ କରାଯାଉ ଏବଂ ତାଙ୍କୁ ସଂରକ୍ଷଣ ଦଆଯାଉ । ତେଣୁ ଏଥିରେ ତାଙ୍କର ବି ଶ୍ରେୟ ରହିଛି । ସେପଟେ ସମସ୍ତଙ୍କୁ ଚୁପ କରାଇ ବିଜେପି କହିଛି ଏହି ବିଲର ଶ୍ରେୟ ସବୁ ତାର । ସଂସଦରେ ନିଶିକାନ୍ତ ଦୁବେ, ଅମିତ ଶାହ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇ ଶ୍ରେୟ ଛଡାଇ ନେଇଛନ୍ତି ।
Comments are closed.