Latest Odisha News

BREAKING NEWS

ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି: ଜାଣନ୍ତୁ, କିଏ ପାଇଲେ କେଉଁ ବିଭାଗ

ଭୁବନେଶ୍ୱର: ବିଜେଡି ପକ୍ଷରୁ ନିଯୁକ୍ତି ପାଇଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା । ବିଭିନ୍ନ ବିଭାଗର ଶ୍ରମିକ ସଂଗଠନରେ ନୂତନ କର୍ମକର୍ତ୍ତା ନିଯୁକ୍ତି ଦିଆଯାଇଥିବା ଦଳ ପକ୍ଷରୁ ଏକ ପ୍ରେସ ରିଲିଜରେ କୁହାଯାଇଛି ।

ତଥ୍ୟ ଅନୁଯାୟୀ, ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ ସଂଯୋଜକ ଭାବେ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ନିଖିଳ ଓଡ଼ିଶା ଆଶା କର୍ମୀ ସାମ୍ମୁଖ୍ୟର ୩ମୁଖ୍ୟ ସଂଯୋଜକ ଭାବେ ସ୍ବରୂପ କୁମାର ଦାସ, ନିରଞ୍ଜନ ପାତ୍ର, ପ୍ରଦୀପ ନାୟକଙ୍କୁ ନିଯୁକ୍ତ କରାଯାଇଛି । ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ୫ମୁଖ୍ୟ ସଂଯୋଜକ ଭାବେ ପ୍ରୀତିରଂଜନ ଘଡାଇ, ସୁଲତା ଦେଓ, ଶର୍ମିଷ୍ଠା ସେଠୀ, ଲତିକା ପ୍ରଧାନ ଓ ଦୁର୍ଗା ସାମନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଛ ।

ସେହିପରି ଓଡ଼ିଶା ସଡକ ପରିବହନ କର୍ମଚାରୀ ମହାସଂଘ ୪ମୁଖ୍ୟ ସଂଯୋଜକ ଭାବେ ସୁଜିତ କୁମାର, ପ୍ରଣବ ବଳବନ୍ତରାୟ, ମିହିର ରାଉତ, ନବକିଶୋର ମହାନ୍ତି ନିଯୁକ୍ତ କରାଯାଇଛି। ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକର ୩ ମୁଖ୍ୟ ସଂଯୋଜକ ସୁଶାନ୍ତ ବେହେରା, କୁନା ବିହାରୀ ଦାସ, ପଞ୍ଚାନନ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଛି।

ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ୪ମୁଖ୍ୟ ସଂଯୋଜକ ଭାବେ ଅନନ୍ତ ନାରାୟଣ ଜେନା, ଯୋଗେନ୍ଦ୍ର ସ୍ୱାଇଁ, ନିରଞ୍ଜନ ପାତ୍ର ଓ ପ୍ରଦୀପ ନାୟକ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଜିପିଏଲଏଫ  ମହାସଂଘ ୩ ମୁଖ୍ୟ ସଂଯୋଜକ ଭାବେ ଶ୍ରୀମୟୀ ମିଶ୍ର, ଦୀପାଳି ଦାସ, ସୁଭଦ୍ରା ଦାସ ନିଯୁକ୍ତି ପାଇଛନ୍ତି ।

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ୩ମୁଖ୍ୟ ସଂଯୋଜକ ଭାବେ ନିରଞ୍ଜନ ବିଶି, ବିକ୍ରମ ପଣ୍ଡା ଓ ରାଜୀବ ମହାନ୍ତି ଏବଂ ଉଠା ଦୋକାନୀ ସଂଘର ୩ ମୁଖ୍ୟ ସଂଯୋଜକ ଭାବେ ଯୁଗଳ ନାୟକ, ବିକାଶ ଦାସ ଓ ଦେବେନ୍ଦ୍ର ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଥିବା ନେଇ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.