Latest Odisha News

BREAKING NEWS

ମଦ ବିକ୍ରିକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଯାଜପୁର : ପୁଣି ମଦକୁ ବିରୋଧ କଲେ ମହିଳା । ବିଚିତ୍ରପୁର ପଞ୍ଚାୟତରେ ମଦ ବିକ୍ରିକୁ ବିରୋଧ କରି ଥାନାରେ ଅଭିଯୋଗ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଦୀର୍ଘ ଦିନ ଧରି ପଞ୍ଚାୟତରେ ମଦ ବିକ୍ରି ହେଉଥିବା ଅଭିଯୋଗ କରାଯାଉଥିଲେ ମଧ୍ୟ ପୋଲିସ କିମ୍ବା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଫଳରେ ଗାଁ ରେ ବିଭିନ୍ନ ସମୟରେ ନାନା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଆଜି ମହିଳା ମାନେ ଥାନାରେ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.