Latest Odisha News

ହାଇସ୍ପିଡରେ ଚାଲୁଥିବା ଫ୍ୟାନ ନିଜ ଜିଭରେ ଅଟକାଇ ଦେଉଛନ୍ତି ମହିଳା

ନୂଆଦିଲ୍ଲୀ: ଚଳନ୍ତା ଫ୍ୟାନ୍ ପାଖକୁ ଯିବାକୁ ବି ଆମକୁ ଡରମାଡେ । ଆମକୁ ଯଦି କେହି କୁହେ ଏହାକୁ ହାତରେ ବି ଅଟକାଇବା ପାଇଁ, ତାକୁ ଆମେ ପାଗଳ ଛଡା ଆଉ କିଛି ସମ୍ବୋଧନ କରିବୁ ନାହିଁ । ହେଲେ ଏଭଳି ସ୍ଥଳରେ ଜଣେ ମହିଳା ନିଜ ଜିଭରେ ଚଳନ୍ତା ଫ୍ୟାନର ବ୍ଲେଡକୁ ଅଟକାଇ ଗ୍ରିନିଜ୍ ବୁକରେ ରେକର୍ଡ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯେଉଁଠି ଚଳନ୍ତା ଫ୍ୟାନରେ ଭୁଲରେ ବି ହାତ ମାରିବା କଷ୍ଟକର ବ୍ୟାପାର ସେଠି ହାଇସ୍ପିଟ୍ ୬୫ କିମି ପ୍ରତି ଘଣ୍ଟା ବେଗରେ ବୁଲୁଥିବା ଫ୍ୟାନକୁ ନିଜ ଜିଭରେ ଗୋଟେ ମିନିଟରେ ୩୨ ଥର ଅଟକାଇ ଗ୍ରିନିଜ୍ ବୁକରେ ସ୍ଥାନ ପାଇଛନ୍ତି ।

ତେବେ ପୂରା ବିଶ୍ବରେ ଏପରି କରିବାରେ ରେକର୍ଡ ଭାଙ୍ଗିଥିବା ମହିଳା ଜଣଙ୍କ ହେଉଛନ୍ତି ରୁଷିଆର ଜଣେ ସର୍କସର ଜୋ ଏଲିସ୍ । ତେବେ ବହୁ ଲୋକପ୍ରିୟ ଷ୍ଟଣ୍ଟ ମହିଳା ଜୋ ପୂର୍ବରୁ ମଧ୍ୟ ଗିନିଜ୍ ବୁକରେ ଅନେକ ରେକର୍ଡ କରିଛନ୍ତି । ତାହା ମଧ୍ୟରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଥିବା ଚଳନ୍ତା ଫ୍ୟାନକୁ ତାଙ୍କ ଜିଭରେ ଅଟକାଇବା ଟେକନିକ୍ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାରା ବିଶ୍ୱରେ ଲୋକମାନେ ବିଶ୍ୱରେ ନୂଆ ରେକର୍ଡ ସୃଷ୍ଟି କରିବା ଏବଂ ପରୁଣା ରେକର୍ଡ ଭାଙ୍ଗିବା ପାଇଁ ଅଜବ ଚ୍ୟାଲେଞ୍ଜ ଏବଂ ଦୁଃସାହସିକ ଷ୍ଟଣ୍ଟ ଗ୍ରହଣ କରନ୍ତି। ସେହିଭଳି ଭାବେ ରୁଷିଆନ ସର୍କସ କଳାକାର, ଜୋ ଏଲିସ୍ (ଜୋ ଲ’ଆମୋର) ମଧ୍ୟ ନିଜ ଜିଭରେ ଫ୍ୟାନକୁ ଅଟକାଇ ପ୍ରଶଂସା ସାଉଁଟୁଛନ୍ତି । ତେବେ ସେ କେବଳ ଏପରି ଏକ ଅଜବ ଦୁଃସାହସିକ କାର୍ଯ୍ୟ ପାଇଁ ପରିଚିତ ନୁହଁନ୍ତି, ଅନେକ ଗିନିଜ୍ ବିଶ୍ୱ ରେକର୍ଡ ଥିବା ପ୍ରସିଦ୍ଧ ଷ୍ଟଣ୍ଟ ମହିଳା ଜୋ, ତାଙ୍କ ଜିଭ ବ୍ୟବହାର କରି ଦ୍ରୁତତମ ଗତିରେ ଚେଲଥିବା ଫ୍ୟାନର ବ୍ଲଡକୁ ମଧ୍ୟ ଅଟକାଇ ପାରୁଛନ୍ତି ।

Leave A Reply

Your email address will not be published.