Latest Odisha News

BREAKING NEWS

ମହିଳା ବ୍ୟାଗରେ ବାନ୍ଧୁଛନ୍ତି ରଙ୍ଗିନ ରିବନ : ଏହାର କାରଣ ଜାଣନ୍ତୁ

ଇଂଲଣ୍ଡ:ସୋସିଆଲ ମିଡିଆ ଏକ ଆଶ୍ଚର୍ଯ୍ୟଜନକ ଦୁନିଆ । ଯେତେବେଳେ କୌଣସି ଧାରା, ପଦ୍ଧତି ଏଠାରେ ଭାଇରାଲ ହୁଏ ଏହାର କାରଣ କେହି ଜାଣନ୍ତି ନାହିଁ । କିନ୍ତୁ ଏହାକୁ ଲୋକେ ଅନୁସରଣ କରିବା ଆରମ୍ଭ କରନ୍ତି । ଅନେକ ଥର ଲୋକମାନେ ଜାଣନ୍ତି ନାହିଁ ଏହା କେବେ ଏବଂ କାହିଁକି ଆରମ୍ଭ ହୋଇଥିଲା । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଧାରା ଗ୍ରହଣୀୟତା ପାଇଛି ି, ଯେଉଁଥିରେ ମହିଳାମାନେ ନିଜ ବ୍ୟାଗରେ ବିଭିନ୍ନ ରଙ୍ଗର ରିବନ୍ ବାନ୍ଧୁଥିବା ଦେଖିବାକୁ ମିଳିଛି । ହେଲେ ଏହାର କାରଣ କାହାକୁ ଜଣାନାହିଁ ।

ଏହି ଧାରାର ନାମ ହେଉଛି ‘ମମ୍ ରିବନ୍ ମୁଭମେଣ୍ଟ୍‌\’ । ଏହି ଧାରା ଇଂଲଣ୍ଡର ସୁରେରେ ରହୁଥିବା ୩୭ ବର୍ଷିୟା ସାଇକୋଥେରାପିଷ୍ଟ ଆନ୍ନା ମଥୁରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେ ୩ ସନ୍ତାନର ମାଆ ଅଟନ୍ତି । ଦିନେ ସେ ୩ ପିଲାଙ୍କୁ ନେଇ ରାସ୍ତାରେ ଯାଉଥିଲେ । ତାଙ୍କ ଛୋଟ ପିଲା ବହୁତ ଜୋରରେ କାନ୍ଦୁଥିଲା । ଅନ୍ୟ ଦୁଇ ପିଲା ପିଲା ଛୋଟ ପିଲାକୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ବୁଝୁ ନ ଥିଲା । ସେହି ସମୟରେ ଆନ୍ନା ବହୁତ ମନ ଦୁଃଖ କରିବା ସହ କାନ୍ଦି ବି ପକାଇଲେ । ସେ ଭାବୁଥିଲେ ତାଙ୍କ ପାଖରେ କେହି ଥିଲେ ତାଙ୍କୁ ସାହାଯ୍ୟ କରି ପାରିଥାନ୍ତା ।
ସେହି ବାଟ ଦେଇ ଅନେକ ଲୋକ ଯାଉଥିଲେ ବି କେହି ତାଙ୍କୁ ସାହାଯ୍ୟ କରିବାକୁ ଆସୁ ନ ଥିଲେ । ପରେ ପୁଣି ଭାବିଲେ ଅଜଣା ଲୋକ କାହିଁକି ବି ଆମକୁ ସାହାଯ୍ୟ କରିବାକୁ ଆଗକୁ ଆସିବେ । ସେହିଦିନଠାରୁ ଆରମ୍ଭ କଲେ ‘ମମ୍ ରିବନ୍ ମୁଭ୍‌ମେଣ୍ଟ’ ।
ଆନ୍ନା କହିଛନ୍ତି ଯେ, କୌଣସି ମହିଳା କିମ୍ବା ପୁରୁଷ ନିଜ ଜିନିଷ ଉପରେ ରିବନ୍ ବାନ୍ଧି ରାସ୍ତାରେ ଯାଇପାରିବେ । ଏହି ରିବନର ଅର୍ଥ ହେଉଛି ବ୍ୟକ୍ତି ଜଣକ ଅସୁବିଧାରେ ଅଛନ୍ତି, ତାଙ୍କୁ ସାହାଯ୍ୟ ଦରକାର । ତେଣୁ ଜଣେ ନିଜ ସ୍ୱଇଛାରେ ସାହାଯ୍ୟ କରି ପାରିବେ । ତେଣୁ ସେ ଏଥିପାଇଁ ବ୍ୟାଗରେ ଫିତା ବାନ୍ଧିବା ଆରମ୍ଭ କରିଛନ୍ତି । ଏବେ ଏହି ଧାରାକୁ ଅନେକ ଲୋକ ଆପଣାଉଛନ୍ତି ଓ ଲାଭବାନ ମଧ୍ୟ ହେଉଛନ୍ତି

Comments are closed.