Latest Odisha News

BREAKING NEWS

ସାଇନାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରି ଫସିଛନ୍ତି କମ ଜଣାଶୁଣା ଅଭିନେତା ସିଦ୍ଧାର୍ଥ । ନ୍ୟାଶନାଲ କମିଶନ ଫର ଓମ୍ୟାନ (ଏନସିଡବ୍ଲ୍ୟୁ)ର କମିଶନର ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକଙ୍କୁ କହିଛନ୍ତି । ସୋମବାର ସିଦ୍ଧାର୍ଥଙ୍କ ଆକାଂଉଟ ବନ୍ଦ କରିବା ପାଇଁ ଟ୍ୱିଟରକୁ କହିଥିଲେ ।

ସାଇନା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଟୁଇଟ କରିବା ପରେ ସିଦ୍ଧାର୍ଥ ତାଙ୍କ ପ୍ରତି ଅଭଦ୍ର ବାକ୍ୟର ବ୍ୟବହାର କରିଥିଲେ । ଏ ନେଇ ସୋସିଆଲ ସାଇଟରେ ସିଦ୍ଧାର୍ଥ ଟ୍ରୋଲ ହୋଇଛନ୍ତି ।

Leave A Reply

Your email address will not be published.