ଭୁବନେଶ୍ୱର: ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସଲିମା ଟେଟେଙ୍କ ନେତୃତ୍ୱରେ ୨୬ ଜଣିଆ ମହିଳା ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ସୁଜାତା କୁଜୁର, ସୁନେଲିତା ଟପ୍ପୋ ଓ ଅଜମିନା କୁଜୁର । ସେହିପରି ୫ଜଣ ଖେଳାଳିଙ୍କ ଏହା ପ୍ରଥମ ଆନ୍ତର୍ଜାତୀୟ ମୁକାବିଲା ହେବ । ଏପ୍ରିଲ ୨୬ରୁ ମେ ୪ ପର୍ଯ୍ୟନ୍ତ ଭାରତ ଏହି ଗସ୍ତରେ ରହିବ । ଅଷ୍ଟ୍ରେଲିଆ ଏ ବିପକ୍ଷରେ ଭାରତ ପ୍ରଥମେ ୨ଟି ମ୍ୟାଚ ଖେଳିବ । ଏହା ପରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ । ଏଫଆଇଏଚ ପ୍ରୋ ଲିଗ ୨୦୨୪-୨୫ ୟୁରୋପିଆନ ଲିଗ ପୂର୍ବରୁ ଏହି ସିରିଜ ମାଧ୍ୟମରେ ଉଭୟ ଦଳ ଭଲ ଭାବେ ପ୍ରସ୍ତୁତି କରିପାରିବେ ।
ଭାରତୀୟ ଦଳ: ସବିତା, ବିଛୁ ଦେବୀ ଖାରିବାମ (ଗୋଲକିପର) । ଡିଫେଣ୍ଡର: ଜ୍ୟୋତି ସିଂ, ଈଶିକା ଚୌଧୁରୀ, ସୁଶୀଲା ଚାନୁ, ସୁଜାତା କୁଜୁର, ସୁମନ ଦେବୀ, ଜ୍ୟୋତି, ଆଜମିନ କୁଜୁର, ସାକ୍ଷୀ ରଣା । ମିଡଫିଲ୍ଡର: ସଲିମା ଟେଟେ (ଅଧିନାୟିକା), ବୈଷ୍ଣବୀ ବିଠଲ ଫାଲକେ, ନେହା, ଶର୍ମିଳା ଦେବୀ, ମନୀଷା ଚୌହ୍ୱାନ, ସୁନେଲିତା ଟପ୍ପୋ, ମହିମଳା ଟେଟେ, ପୂଜା ଯାଦବ, ଲାଲରେମସିଆମି । ଫରୱାର୍ଡ: ନବନୀତ କୌର (ଉପ ଅଧିନାୟିକା), ଦୀପିକା, ଋତୁଜା ଦାଦାସୋ ପିସାଲ, ମମତାଜ ଖାଁ, ବଲଜିତ କୌର, ଦୀପିକା ସୋରେଙ୍ଗ, ବ୍ୟୁଟି ଡୁଙ୍ଗଡୁଙ୍ଗ । ଷ୍ଟାଣ୍ଡବାଇ: ବନ୍ସାରୀ ସୋଲାଙ୍କି, ଅଞ୍ଜନା ଡୁଙ୍ଗଡୁଙ୍ଗ, ଲାଲଥାଂଟଲୁଆଙ୍ଗି, ସାକ୍ଷୀ ଶୁକ୍ଲା, ଖଦୀମ ଶିଲେମା ଚାନୁ, ଦୀପି ମୋନିକା ଟପ୍ପୋ ଓ ସୋନମ ।
Comments are closed.