ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ହାସଲ କରିଛି । ମହିଳା ବିଶ୍ୱକପ ୨୦୨୫ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଲୌରା ଭୋଲଭର୍ଟଙ୍କୁ ଅଧିନାୟିକା କରାଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଟିମ ଇଣ୍ଡିଆର କ୍ୟାପଟେନ ହରମନପ୍ରୀତ କୌରଙ୍କୁ ଏଥିରେ ସ୍ଥାନ ଦିଆଯାଇନି । ଭାରତର ସ୍ମୃତି ମାନ୍ଧନା, ଜେମିମା ରୋଡ୍ରିଗ୍ୟୁଜ ଓ ଦୀପ୍ତି ଶର୍ମାଙ୍କୁ ସ୍ଥାନ ମିଳିଛି । ଦୀପ୍ତି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଭାବେ ବିବେଚିତ ହୋଇଥିଲେ ।
ଓଭରାଲ ଭାରତର ୩, ଦକ୍ଷିଣ ଆଫ୍ରିକାର ୩, ଅଷ୍ଟ୍ରେଲିଆର ୩ଜଣ ଏବଂ ପାକିସ୍ତାନ ଓ ଇଂଲଣ୍ଡର ଜଣେ ଲେଖାଏଁ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ଚୟନ କରାଯାଇଛି । ହରମନପ୍ରୀତ ଏବଂ ରିଚା ଘୋଷଙ୍କୁ ନିରାଶ ହେବାକୁ ପଡିଛି ।
ଶ୍ରେଷ୍ଠ ଏକାଦଶ: ସ୍ମୃତି ମାନ୍ଧନା, ଲୌରା ଭୋଲଭର୍ଟ, ଜେମିମା ରୋଡ୍ରିଗ୍ୟୁଜ, ମ୍ୟାରିଜେନ କ୍ୟାପ, ଏଶ ଗାର୍ଡେନର, ଦୀପ୍ତି ଶର୍ମା, ଏନାବେଲ ସଦରଲାଣ୍ଡ, ନାଦିନ ଡି କ୍ଲାର୍କ, ସିଦାରା ନୱାଜ, ଏଲାନା କିଙ୍ଗ, ସୋଫି ଏକ୍ଲେଷ୍ଟନ
Comments are closed.