Latest Odisha News

ଚମତ୍କାର ବ୍ୟବସାୟ କରୁଛି ୱଣ୍ଡର ଓମ୍ୟାନ ୧୯୮୪

ମୁମ୍ବାଇ:କରୋନା ମହାମାରୀ ବେଳେ ୱଣ୍ଡର ଓମ୍ୟାନ ୧୯୮୪ ରିଲିଜ ହେବା ସହ ଚମତ୍କାର ବ୍ୟବସାୟ ଜାରି ରଖିଛି । ପ୍ୟାଟି ଜେନକିନ୍ସଙ୍କ ନିର୍ଦ୍ଦେଶିତ ଓ ଗାଲ ଗାଡୋଟ ଅଭିନୀତ ଏହି ଫିଲ୍ମ ଏବେ ଚର୍ଚ୍ଚାର କାରଣ ସାଜିଛି । ଉତର ଆମେରିକାର ୩୫ ପ୍ରତିଶତ ସିନେମା ଖୋଲା ଯାଇଛି । ଏହି ହଲଗୁଡିକରେ ୱଣ୍ଡର ଓମ୍ୟାନ ହାଉସଫୁଲ ଯାଉଛି ।

ରିପୋର୍ଟ ମୁତାବକ ଖ୍ରୀଷ୍ଟମାସ ସପ୍ତାହର ପୂରା ଫାଇଦା ଏହି ଫିଲ୍ମ ଉଠାଇଛି । ଏ ପର୍ଯ୍ୟନ୍ତ ୧୨୨ କୋଟି ଟଙ୍କା ଫିଲ୍ମ ଆୟ କରିସାରିଛି । ସପ୍ତାହକ ମଧ୍ୟରେ ଉପରୋକ୍ତ ଆୟ କରିଥିବାରୁ ଆଗକୁ ଏହା ଆହୁରି ଭଲ ବିଜନେସ କରିବ ବୋଲି ଆଶା କରାଯାଉଛି । ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହି ଫିଲ୍ମ ଭାରତ ସମେତ ଅନ୍ୟ ସ୍ଥାନରେ ଭଲ ବିଜନେସ ଜାରି ରଖିଛି ।

Comments are closed.